ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ

0

ନୂଆଦିଲ୍ଲୀ; ଗତକାଲି ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି।  ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର କ୍ଷତିଗ୍ରସ୍ତ ହେଇଛି। କିଛି ଘରର କାଚ ଭାଙ୍ଗି ଯାଇଥିବା ଜଣାପଡିଛି।

ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ଆସିନାହିଁ। ସ୍ଥାନୀୟ ପୁଲିସ ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ପୂରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରୁ ଫରେନସିକ ଟିମ୍ କିଛି ସାମଗ୍ରୀ ଜବତ କରିଥିବା ସୂଚନା ରହିଛି।

ସ୍ଥାନୀୟ ପୁଲିସର ସୂଚନା ମୁତାବକ, କଠୁଆ ଜିଲ୍ଲାର ହୀରାନଗରରେ ଆନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ବିପିପି ସାନ୍ୟାଲ ନିକଟରେ ବିସ୍ଫୋରଣ ଘଟିବା ଭଳି ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା। ସୂଚନା ମିଳିବା ପରେ ପୂରା ଅଞ୍ଜଳକୁ ଘେରାବନ୍ଦି କରାଯାଇଛି । ତଲାସି ଅଭିଯାନ ଜାରି ରହିଛି।

Leave A Reply

Your email address will not be published.