ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ

0

ନୂଆଦିଲ୍ଲୀ; ଗତକାଲି ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି।  ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର କ୍ଷତିଗ୍ରସ୍ତ ହେଇଛି। କିଛି ଘରର କାଚ ଭାଙ୍ଗି ଯାଇଥିବା ଜଣାପଡିଛି।

ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ଆସିନାହିଁ। ସ୍ଥାନୀୟ ପୁଲିସ ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ପୂରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରୁ ଫରେନସିକ ଟିମ୍ କିଛି ସାମଗ୍ରୀ ଜବତ କରିଥିବା ସୂଚନା ରହିଛି।

ସ୍ଥାନୀୟ ପୁଲିସର ସୂଚନା ମୁତାବକ, କଠୁଆ ଜିଲ୍ଲାର ହୀରାନଗରରେ ଆନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ବିପିପି ସାନ୍ୟାଲ ନିକଟରେ ବିସ୍ଫୋରଣ ଘଟିବା ଭଳି ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା। ସୂଚନା ମିଳିବା ପରେ ପୂରା ଅଞ୍ଜଳକୁ ଘେରାବନ୍ଦି କରାଯାଇଛି । ତଲାସି ଅଭିଯାନ ଜାରି ରହିଛି।

Leave A Reply

Your email address will not be published.