ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

0

ଭୁବନେଶ୍ବର: ଦୀପାଳିଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୁରୁବାର ବିଜୁ ଜନତା ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ମନ୍ତ୍ରୀ, ବିଧାୟକ ରହିଛନ୍ତି ।

ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ପ୍ରଣବ ପ୍ରକାଶ ଦାଶ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ ସାହୁ ଓ ପ୍ରତାପ ଜେନା ରହିଛନ୍ତି ।

ତାଙ୍କ ସହିତ ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ରୀତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରସାରଥୀ ବେହେରା, ବ୍ରଜକିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ କୁମାର ପଣ୍ଡା, ନଳିନୀ କାନ୍ତ ପ୍ରଧାନ, ସରୋଜ ମେହେର ପ୍ରଚାର କରିବେ ।

ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେଉଛି ଉପ ନିର୍ବାଚନ । ଏହି ଉପ ନିର୍ବାଚନରେ ନବଙ୍କ ଝିଅ ଦୀପାଳିକୁ ପ୍ରାର୍ଥୀ କରିଛି ବିଜେଡି । ଆସନ୍ତା ମେ ୧୦ରେ ଝାରସୁଗୁଡା ଭୋଟ୍ ପଡିବାକୁ ଥିବାବେଳେ, ମେ ୧୩ରେ ଆସିବ ରେଜଲ୍ଟ ।

Leave A Reply

Your email address will not be published.