ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ରେ ନେବ ଲଘୁଚାପ ର ରୂପ

0

ଭୁବନେଶ୍ବର: ପୂର୍ବାନୁମାନ ଅନୁଯାୟୀ ଆଜି ଦକ୍ଷିଣ – ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଆହୁରି ଘନିଭୂତ ହୋଇ ୯ ରେ ଡିପ୍ରେସନ୍ ର ରୂପ ନେଇ ଉତ୍ତର ଦିଗ ରେ ଅଗ୍ରସର ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ପରବର୍ତ୍ତୀ ସମୟ ରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ବର୍ତ୍ତମାନ ଉପଗ୍ରହ ଚିତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ ରେ ବାଦଲ ଗୁଡ଼ିକ ସୃଷ୍ଟି ହୋଇ ସଂଗଠିତ ହେଉଛନ୍ତି।

ତେବେ ଏହି କ୍ଷେତ୍ର ର ତୀବ୍ରତା ଓ ଗତିପଥ କୁ ବିଭିନ୍ନ ମଡେଲ ମାନଙ୍କ ଆକଳନ ଭିନ୍ନ ଭିନ୍ନ ରହିଛି। କିଛି ମଡେଲ ଙ୍କ ଆକଳନ ଅନୁଯାୟୀ ଏହି କ୍ଷେତ୍ର ବାତ୍ୟା / ଭୀଷଣ ବାତ୍ୟା ରୂପରେ ୧୨-୧୩ ବେଳକୁ ମିଆଁମାର ରେ ସ୍ଥଳଭାଗ ଅତକ୍ରମ କରିପାରେ। ତେବେ ସିଷ୍ଟମ୍ ଟି ଲଘୁଚାପ/ ଡିପ୍ରେଶନ ରେ ପରିଣତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ରେ ପହଞ୍ଚିବା ପରେ ଏ ସମ୍ପର୍କ ରେ ସ୍ପଷ୍ଟ ସୂଚନା ମିଳିପାରିବ।

ତେବେ ଓଡ଼ିଶା ରେ ଆସନ୍ତା ୪-୫ ଦିନ ଯାଏଁ ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅଳ୍ପ କିଛି ଅଞ୍ଚଳ ରେ ବର୍ଷା ର ପ୍ରଭାବ ରହିପାରେ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.