ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ବିପର୍ଯ୍ୟୟ’

0

ଗୁଜୁରାଟ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି। ସନ୍ଧ୍ୟା ପ୍ରାୟ ୬.୪୫ରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରାତ୍ର ଯାଏ ଚାଲୁ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି।

ବିଭାଗର ସୂଚନାର ଅନୁଯାୟୀ, ପୂର୍ବ ଆକଳନ ଅନୁସାରେ କଚ୍ଛ ଜିଲ୍ଲାର ଜଖୌ ପୋର୍ଟ ନିକଟରେ ଏହା ଲ୍ୟାଣ୍ଡଫଲ କରିଛି। କରାଚି ଓ ମାଣ୍ଡଭି ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ବର୍ତ୍ତମାନ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିଛି। ଏହାପରେ ଏହା ୧୨୦ରୁ ୧୪୦ କିମି ଛୁଇଁବ। ଘଣ୍ଟାପ୍ରତି ଏହା ୧୫ କିମି ବେଗରେ ଗତି କରୁଛି। ବାତ୍ୟା ସ୍ଥଳ ଭାଗକୁ ଯେତିକି ଅତିକ୍ରମ କରିବ ପବନ ଓ ବର୍ଷାର ପରିମାଣ ସେତିକି ବଢ଼ିବ। ବାତ୍ୟା ବିପର୍ଯ୍ୟୟ ସୌରାଷ୍ଟ୍ର ଓ କଚ୍ଛ ସହ ସମାନ୍ତରଳ ଭାବେ ପାକିସ୍ତାନ ଉପକୂଳ ଦେଇ ଜଖୌ ପୋର୍ଟ ମଧ୍ୟରାତ୍ର ସୁଦ୍ଧା ଅତିକ୍ରମ କରିବ ବୋଲି ବିଭାଗ ସୂଚନା ଦେଇଛି। 

ଏବେ ରାଜ୍ୟର ୯ଜିଲ୍ଲାରେ ଚାଲିଛି ପ୍ରକୃତିର କରାଳରୂପ । ବାତ୍ୟାକୁ ଦୃଷ୍ଟିରେ ରଖି ୯ଜିଲ୍ଲାକୁ ହାଇଆର୍ଲଟର ରଖାଯାଇଛି । ସେହିପରି ଏକଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜୁନାଗଡ଼, ଜାମନଗର, ପୋରବନ୍ଦର, ଦ୍ୱାରାକା, ଗିର୍ ସୋମନାଥ,ମୋରବୀ, ରାଜକୋଟ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଉପରେ ନଜର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଏନଡିଆରଏଫ, ସେନା ପକ୍ଷରୁ ସ୍ଥିତି ସମୀକ୍ଷା ବୈଠକ କରାଯାଇଥିଲ । ସବୁପ୍ରକାର ସ୍ଥିତିରେ ମୁକାବିଲା ପାଇଁ ତିନ ସେନାକୁ ଆଲର୍ଟରେ ରଖାଯାଇଥିଲା।

ସମୁଦ୍ରନିକଟବର୍ତୀ ସ୍ଥାନକୁ ଖାଲି କରାଯିବା ସହ ୧୨୦ ଗାଁର ଲୋକଙ୍କୁ ସୁରକ୍ଷିତ ଭାବେ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ଗୁଜରାଟରେ ମୋଟ ୧୮ଟି ଏନଡିଆରଏଫ ୧୨ଟି ଏସଡିଆରଏଫ ଟିମକୁ ନିୟୋଜିତ କରାଯାଇଥିବାବେଳେ ଦାମନ ଡିୟୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନରେ ମଧ୍ୟ ଏନଡିଆରଏଫ ଟିମକୁ ମୃତୟନ କରାଯାଇଛି । ଜୁନ ୧୬ ତାରିଖ ପର୍ଯନ୍ତ ଗୁଜରାଟର ବିମାନସେବା ବନ୍ଦ ରଖାଯାଇଥିବାବେଳେ ଟ୍ରେନର କିଛି ରୁଟରେ ପରିବର୍ତନ କରାଯାଇଛି । ସେହିପରିି ପ୍ରଭାବିତ ଅଂଚଳରେ ଥିବା ସମସ୍ତ ସ୍କୁଲକୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.