ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ନବକଳେବର

0

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ ଦେଲେ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ। ଗତ ମେ ୨୯ରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହ ପୀଠର ସମ୍ପୂର୍ଣ୍ଣ ରୂପାନ୍ତରଣ ନେଇ ଆଲୋଚନା କରିଥିଲେ।

ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି । ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନଃନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକୀକରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।

ଅନ୍ୟପଟେ ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ। ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ ଟଏଲେଟ ନିର୍ମାଣ କରାଯିବ। ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟକରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.