ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ମଦ ଦୋକାନରେ ଅଗ୍ନିକାଣ୍ଡ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ସହୀଦ ନଗର ଭବାନୀ ମଲ ନିକଟରେ ଥିବା ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି । ତେବେ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଧୁଆଁ ଭର୍ତ୍ତି ହୋଇଯାଇଥିଲା । ମଦ ଦୋକାନ ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଛି । ବିଲ୍ଡିଂ ପଛ ପଟେ ଥିବା ଓଡିଶା ବିଲ୍ଡିଂକୁ ନିଆଁ ବ୍ୟାପିଛି । ଦୁଇଟି ଅଗ୍ନିଶମ ବାହିନୀ କର୍ମକର୍ତ୍ତା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇଯାଇଥିଲେ ।

ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚିଛି । ଅଗ୍ନିଶମ କର୍ମଚାରୀ ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି । ପ୍ରାଥମିକ ସୂଚନା ଅନୁସାରେ ମଦ ଦୋକାନ ଭିତରେ ୪ଜଣ ଫସିଥିଲେ କିନ୍ତୁ ପରେ ସେମାନେ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି । ନିଆଁ ପ୍ରାୟତଃ ଆୟତ ହୋଇସାରିଥିବା ସୂଚନା ମିଳିଛି । ହେଲେ କ୍ଷୟକ୍ଷତିର ପରିମାଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.