ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ପୁରୀ ରଥଯାତ୍ରାରେ ୧୦ ଲକ୍ଷ ୫୦ ହଜାରରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

0
  • ୧୦.୫ ଲକ୍ଷ ଭକ୍ତମାନଙ୍କୁ ଗରମ ରନ୍ଧା ଖାଦ୍ୟ ପ୍ରଦାନ
  • ଭକ୍ତଙ୍କ ମଧ୍ୟରେ ୬୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ
  • ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଣ  

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ବଡ ଦାଣ୍ଡ ଉପରେ ୧୧ ଦିନ ଧରି ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଯୋଗାଇ ଦିଆ ଯାଇଥିଲା । ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ଉକ୍ତ ସେବା ନେତ୍ରୋତ୍ସବ ଦିନରୁ ଆରମ୍ଭ ହୋଇ ସୁନାବେଶ ରାତ୍ରିରେ ଶେଷ ହୋଇଥିଲା ।

ଫାଉଣ୍ଡେସନ ଏହାର ‘ମିଶନ୍ ଜିରୋ ହଙ୍ଗର’ କାର୍ଯ୍ୟକ୍ରମ ଅଧୀନରେ, ୧୦.୫ ଲକ୍ଷ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ପରିବେଷଣ କରିଥିଲା, ଯେଉଁଥିରେ ଅନ୍ନ, ଡାଲମା ଏବଂ ଖଟା ଅନ୍ତର୍ଭୁକ୍ତ ଥିଲା | ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରୋଷେଇ ଘର ସହିତ ଏକ ସ୍ୱତନ୍ତ୍ର ଷ୍ଟଲ୍ ରେ, ୧୦୦ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ସେବା ଯୋଗାଇ ଦିଆଯାଇଥିଲା।

ପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇ ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା  ଭକ୍ତଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଆମେ ପ୍ରଚେଷ୍ଟା କରିଛୁ । ପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ଆମେ କୃତଜ୍ଞ। ଏତେ ବିଶାଳ ଜନ ସମାଗମରେ ସ୍ଵାସ୍ଥ୍ୟକର ଖାଦ୍ଯ ପାଇବା ଏକ କଠିନ କାର୍ଯ୍ୟ । ଏପରି ଗରମ ଗରମ ଖାଇବା ଯୋଗାଇ   ଦେଉଥିବାରୁ ଆମେ ଜେଏସପି ଫାଉଣ୍ଡେସନ ପ୍ରତି କୃତଜ୍ଞ | ମୋ ଭଳି ଅନେକ ଲୋକ ଏହି ଖାଦ୍ୟ ପାଇ ଅତ୍ୟନ୍ତ ଖୁସି” ବୋଲି ଝାରଖଣ୍ଡର ସିଂହଭୂମରୁ ପରିବାର ସହ ଆସିଥିବା ଶ୍ରୀ ସୋରେନ ମୁଣ୍ଡା କହିଛନ୍ତି।

ଏହା ସହିତ ରଥ ଯାତ୍ରା ଦିନ ଫାଉଣ୍ଡେସନ୍ ଭକ୍ତଙ୍କ ମଧ୍ୟରେ ୬୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରିଥିଲା | ରଥଯାତ୍ରା ସେବା ରେ ନିୟୋଜିତ ଥିବା ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସାହାଯ୍ୟ କରିବା ପାଇଁ ଫାଉଣ୍ଡେସନ ଜିଲ୍ଲା ପ୍ରଶାସନକୁ ୭୦୦ ରେନକୋଟ୍ ଯୋଗାଇ ଦେଇଥିଲା | ଏହା ବ୍ୟତୀତ, ଭକ୍ତମାନଙ୍କ ମଧ୍ୟରେ ପାନୀୟ ଜଳ ବଣ୍ଟନ ପାଇଁ ପ୍ରତ୍ୟେକ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଥଣ୍ଡା ପାନୀୟ ଜଳ ଭ୍ୟାନ ନିୟୋଜିତ କରାଯାଇଥିଲା | ଏହି ଉତ୍ସବରେ ଭକ୍ତଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନକୁ ଫାଉଣ୍ଡେସନ୍ ପକ୍ଷରୁ ୭୦ଟି ବାୟୋ-ଟଏଲେଟ୍ ମଧ୍ୟ ପ୍ରଦାନ କରାଯାଇଥିଲା।  

ରଥଯାତ୍ରା ସମୟରେ ଏହି ଖାଦ୍ୟ ସେବା କାର୍ଯ୍ୟକ୍ରମର  ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସଭାପତି ତଥା ଗୃପ ମୁଖ୍ୟ (ସିଏସ୍ଆର୍) ଶ୍ରୀ ପ୍ରଶାନ୍ତ ହୋତା  ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, ପୁରୀ ବସ୍ ମାଲିକ ଆସୋସିଏସନ ଏବଂ ସ୍ଥାନୀୟ ଯୁବକମାନଙ୍କୁ ପାଇଁ ଧନ୍ୟବାଦ ଜଣାଇଛନ୍ତି। “୧୨ ଦିନରେ ୧୦.୫ ଲକ୍ଷ ଭୋଜନ ପରିବେଷଣ କରିବା ଏକ ଆହ୍ୱାନ ଥିଲା | କିନ୍ତୁ ଆମର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଚେୟାରପର୍ସନ୍ଶ୍ରୀ ମତୀ ଶାଲୁ ଜିନ୍ଦଲଙ୍କ ପ୍ରେରଣାରେ ଏହା ସମ୍ଭବ ହେଇପାରିଛି |” ଏହି ସେବା କାର୍ଯ୍ୟକ୍ରମରେ ବିଭିନ୍ନ ସହାୟତା ପାଇଁ ସେ ଜିଲ୍ଲା ପ୍ରଶାସନ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।

Leave A Reply

Your email address will not be published.