ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଶ୍ୱ ସ୍ନାୟୁରୋଗ ଓ ମୁଣ୍ଡବିନ୍ଧା ଗବେଷଣା ସମାଜ ତରଫରୁ ସମ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ

0

ଭୁବନେଶ୍ୱର, ଜୁଲାଇ ୩: ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରରୁ ଯୋଗ ଦେଇଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସ୍ନାୟୁରୋଗ ଡାକ୍ତରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ବିଶ୍ୱସ୍ତରୀୟ ସ୍ନାୟୁରୋଗ ବିଭାଗର ସର୍ବୋଚ୍ଚ ଗବେଷଣା ସମାଜର ସର୍ବୋଚ୍ଚ ଉପାଧି ଏବଂ ଏହି ସମ୍ମାନ ପାଇବାରେ ସାରା ଓଡିଶାରେ ପ୍ରଫେସର ଚୌଧୁରୀ ପ୍ରଥମ ।

ପ୍ରଫେସର ଚୌଧୁରୀ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗରେ ବିଗତ ୬ ବର୍ଷ ହେବ ବିଭିନ୍ନ ପ୍ରକାର ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ରୋଗ ଉପରେ ଗବେଷଣା କରିବା ସହିତ ନୂତନ ଚିକିତ୍ସା ପଦ୍ଧତିରେ ଶିକ୍ଷା ଲାଭ କରିଛନ୍ତି । ଏହି ଗବେଷଣା ଓ ପରୀକ୍ଷାରେ ସାରା ବିଶ୍ୱରେ ସେ ୨ୟ ସ୍ଥାନ ଅର୍ଜନ କରିଛନ୍ତି । ବାହାର ଦେଶ ଭଳି ଓଡିଶାରେ କିପରି ଉନ୍ନତ ପ୍ରଯୁକ୍ତି ବିଦ୍ୟାରେ ବିଭିନ୍ନ ପ୍ରକାର ସ୍ନାୟୁରୋଗର ଚିକିତ୍ସା କରାଯାଇପାରିବ ତାହା ପ୍ରଫେସର ଚୌଧୁରୀଙ୍କ ମୂଳ ଲକ୍ଷ୍ୟ । ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ ହଇରାଣ ହୋଇ ରାଜ୍ୟ କି ଦେଶ ବାହାରୁ କିପରି ଆଉ ଯିବାକୁ ନ ପଡିବ ଏବଂ ଆମ ରାଜ୍ୟରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ହେବ ତା ପାଇଁ ସେ ସର୍ବଦା ଚେଷ୍ଟା କରିବେ ବୋଲି ପ୍ରଫେସର ଚୌଧୁରୀ କହିଛନ୍ତି ।

ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରୁ ଯୋଗ ଦେଇଥିଲେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱ । ବିଶ୍ୱ ହେର୍ଡଆର୍କ ସୋସାଇଟିର ସଭାପତି ପ୍ରଫେସର ଡାକ୍ତର ଜନ୍ ରଥରକ୍‌, ଉପସଭାପତି ପ୍ରଫେସର ଡାକ୍ତର ଯୋଶୀ ବିଲ୍ଲର, ଅଧ୍ୟକ୍ଷ ଡାକ୍ତର ପ୍ରବିନ୍ ଥୋମାସ୍ ଓ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦିନେସ୍ ଜୀ ରାଓ ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ପ୍ରଫେସର ଚୌଧୁରୀଙ୍କୁ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.