ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

କଳାହାଣ୍ଡି ଜିଲ୍ଲା ପାଇଁ ବିଜେଡିର ନୂତନ କର୍ମକର୍ତ୍ତା ନିଯୁକ୍ତ

0

ଭୁବନେଶ୍ବର: ଆଜି ବିଜେଡିର କଳାହାଣ୍ଡି ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ପୁଷ୍ପେନ୍ଦ୍ର ସିଂଦେଓ ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ଦିବ୍ୟ ଶଙ୍କର ମିଶ୍ର । ସେହିପରି ୭ ଜଣଙ୍କୁ ଉପସଭାପତି, ୮ ସାଧାରଣ ସମ୍ପାଦକ ଓ ୧୨ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ।

ସୁରେନ୍ଦ୍ର ପ୍ରଧାନଙ୍କୁ ଭବାନୀପାଟଣା ପାଇଁ ଦାୟିତ୍ବ ମିଳିଥିବାବେଳେ, ମାନସ ବାଗଙ୍କୁ ଧର୍ମଗଡ ବିଧାନସଭା କ୍ଷେତ୍ର, ଚିତ୍ତରଂଜନ ମଣ୍ଡଳଙ୍କୁ ନର୍ଲା, ଦିନେଶ ବଗର୍ତ୍ତୀଙ୍କୁ ଜୁନାଗଡ ବିଧାନସଭା କ୍ଷେତ୍ର ଓ ଶୈଳନ୍ଦ୍ର ରାଜଙ୍କୁ ଲାଞ୍ଜିଗଡ ଦାୟିତ୍ବ ଦିଆଯାଇଛି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.