ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

୨୬ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

0

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଢ଼ିଶା ଗସ୍ତ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୬ ତାରିଖରେ ସେ କଟକ ଆସିବେ। ଏଥର ରାଷ୍ଟ୍ରପତି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏସସିସି ଗସ୍ତରେ ଆସୁଥିବାରୁ କଟକ ମେଡ଼ିକାଲ କଲେଜରେ ଏବେଠାରୁ ପ୍ରସ୍ତୁତି ଜୋର ଧରିଛି। ଉଭୟ ଛାତ୍ର ସଂସଦ ଓ ମେଡ଼ିକାଲ କଲେଜ ମିଳିତ ଭାବେ ପ୍ରସ୍ତୁତି କରୁଛନ୍ତି। ଆଜି କଟକ ଏସସିବିରେ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନିର୍ଣ୍ଣାୟକ ରୂପ ଦିଆଯିବ।

ଏହା ପରଦିନ ରାଷ୍ଟ୍ରପତି ଭଦ୍ରକ ଗସ୍ତରେ ଯିବେ। ଅର୍ଥାତ୍ ୨୭ ତାରିଖରେ ରାଷ୍ଟ୍ରପତି ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.