ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୋଆକୁ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ

0

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି । ଲିଙ୍କ୍‌ଡ ଇନ୍ ପକ୍ଷରୁ ଆୟୋଜିତ ତଥା ଅବ୍‌ଜରଭ୍ ନାଓ ମେଡିଆ ନେଟୱର୍କ ଓ ତେଲେଙ୍ଗାନା ସରକାରଙ୍କ ସହଭାଗିତାରେ ହାଇଦ୍ରାବାଦ ଠାରେ ଜୁଲାଇ ୨୦ରେ ଆୟୋଜିତ ଦ୍ୱିତୀୟ ଏଜୁକେସନ୍ ଲିଡର୍ସ କନ୍‌କ୍ଲେଭ୍ ଓ ଆୱାର୍ଡସ କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସେହିପରି ଆୟୋଜକଙ୍କ ପକ୍ଷରୁ ସୋଆକୁ ୨୦୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଏହି ଦୁଇଟି ସମ୍ମାନ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀମତି ତାନିଆ ଟିକୁଙ୍କ ଠାରୁ ଗ୍ରହଣ କରିଥିଲେ ।

ଏହି ଅବସରରେ ତେଲେଙ୍ଗାନା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ନବୀନ ମିତଲ ଓ ଶ୍ରୀ ଏ. କାର୍ତିକେୟ ଓ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଜୀତ ଶର୍ମା ଉପସ୍ଥିତ ଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍ ଓ କର୍ପୋରେଟ ଜଗତରୁ ୧୦୦ ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.