ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସ୍କୁଲ ଆଡ଼ମିଶନ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

0

ଭୁବନେଶ୍ୱର : ସ୍କୁଲ ଆଡ଼ମିଶନ ପାଇଁ ବାଧ୍ୟତାମୂଳକ ଦରକାର ନାହିଁ ଆଧାର କାର୍ଡ । ନାମଲେଖା ପ୍ରକ୍ରିୟାକୁ ସରଳ ଓ ସୁଗମ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛି ଏହି ନିଷ୍ପତ୍ତି। ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନୋଟିସ୍ କରିଛି ବିଭାଗ । ଆଧାରକାର୍ଡ ଥାଉ ବା ନଥାଉ ବିଦ୍ୟାଳୟରେ ନାମ ଲେଖାଇ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ କିଛି ଶିକ୍ଷାନୁଷ୍ଠାନରେ ଏବେବି ନାମଲେଖା ଜାରି ରହିଛି। ନାମଲେଖାକୁ ସହଜ ଓ ସରଳ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଥିଲା। କେତେକ ବିଦ୍ୟାଳୟରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି । ତେବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ ବିନା ନାମଲେଖା ହୋଇ ପାରିବ ବୋଲି ସଚିବ ସବୁ ଜିଲ୍ଲାର ଡିଇଓଙ୍କୁ ଚିଠି କରିଛନ୍ତି। ପରେ ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ ଛାତ୍ରଛାତ୍ରୀ । ଏଥିରେ ଖିଲାପ କଲେ ତାକୁ ଗୁରୁତ୍ବର ଭାବେ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.