ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର: ଆଜି ୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଅଫିସର ସନ୍ତୋଷ କୁମାର ପ୍ରଧାନଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ  ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।

ସେହିପରି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟୋପୋଙ୍କୁ ସମ୍ବଲପୁର ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ବରଗଡ଼ ଉପଜିଲ୍ଲାପାଳ ଲଲାଟ କୁମାର ଲୁହାଙ୍କୁ ସେହି ବରଗଡ଼ ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କୁ ବରଗଡ଼ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ସମ୍ବଲପୁର ଅତିରିକ୍ତ ଉପଜିଲ୍ଲାପାଳ ଆଞ୍ଜେଲିନା ପ୍ରଧାନଙ୍କୁ ସୋନପୁର ଅତିରିକ୍ତ ଜିଲ୍ଲାପାଳ, ସମ୍ବଲପୁରର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ବଲାଙ୍ଗିର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର(ପ୍ରଶାସନିକ) ଏବଂ ବଲାଙ୍ଗିର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Leave A Reply

Your email address will not be published.