ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେବା ସହ ୬ ମାସ ପାଇଁ ଇଂଟର୍ଣ୍ଣସିପ୍‌ର ବ୍ୟବସ୍ଥା କରାଯିବ । ଏହାଛଡା ଇଂଟର୍ଣ୍ଣସିପ୍ ସମୟରେ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସୁଯୋଗ ମିଳିବ । ଏହା ବ୍ୟତୀତ ଇଞ୍ଜିନିୟରିଂ, ସଫ୍ଟେଓ୍ୟର , ହାର୍ଡେଓ୍ୟର ଇତ୍ୟାଦି ଉପରେ କମ୍ପାନୀ ପକ୍ଷରୁ କର୍ମଶାଳା, ଆଲୋଚନା ଚକ୍ର ଓ ହାକାଥନ୍‌ର ମଧ୍ୟ ଆୟୋଜନ କରାଯିବ ଏବଂ ଆଇଟିଇଆର କ୍ୟାମ୍ପସ୍ ରୁ ଛାତ୍ରଛାତ୍ରୀ ମାନଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ ମିଳିପାରିବ ।

ଏହି ବୁଝାମଣାରେ ସୋଆର ପ୍ରୋ-ଭାଇସ୍‌ଚାନ୍‌ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଓ ଟି ଆଣ୍ଡ ଡି କମ୍ପାନୀର ଟାଟା ପାୱାର ମାନବ ସମ୍ବଳ ମୁଖ୍ୟ ଶ୍ରୀ ସୁବୀର ବର୍ମାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲେ । ଟାଟା ପାୱାର ଏଲ୍ ଆଣ୍ଡ ଡି, ଓଡିଶା ଡିସକମ୍ ର ମୁଖ୍ୟ ଶ୍ରୀ ବୁଦ୍ଧିଶ କୁମାର ବେହେରା , ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି , ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ ଓ କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌, ଆଇଟିଇଆରର ମୁଖ୍ୟ ଶ୍ରୀ ସୁମିତ ମିତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.