ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଚନ୍ଦ୍ରରେ ପାଦ ଥାପିବ ଚନ୍ଦ୍ରଯାନ

0

ବେଙ୍ଗାଲୁରୁ: ଆଉ କିଛି ଘଣ୍ଟା ପରେ ଭାରତକୁ ମିଳିବ ଏକ ବଡ ସଫଳତା। ଅର୍ଥାତ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ମହାକାଶ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଯାନ ୩ର ସଫଳତା କେବଳ କିଛି ମିନିଟର ଖେଳ ଅଟେ। ଏହି ସମୟରେ ମହାକାଶ ଯାନକୁ ଚନ୍ଦ୍ରର କକ୍ଷ ଚାରିପଟେ ଘୁରି ସୁରକ୍ଷିତ ରୁପେ ଲ୍ୟାଣ୍ଡିଂ କରିବାକୁ ପଡିଥାଏ  । ମହାକାଶ ବିଜ୍ଞାନରେ ଏହାକୁ ଆତଙ୍କର ସାତ ମିନିଟ କୁହାଯାଏ। ୪ଟି ପର୍ଯ୍ୟାୟରେ ହେବ ଲ୍ୟାଣ୍ଡିଂ। ରଫ୍ ବ୍ରେକିଂ ସମୟରେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧.୬ କିଲୋମିଟର ହେବ। ଏହା ୬୯୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ।

ପୂର୍ବଥର ଚନ୍ଦ୍ରଯାନ-୨ ନିଜର ଅଧିକ ଗତି ଓ ଟେକ୍ନୋଲୋଜିରେ ସମସ୍ୟା କାରଣରୁ ଇଞ୍ଜିନ ଖରାପ ହୋଇ ଲ୍ୟାଣ୍ଡ କରିବା ପୂର୍ବରୁ ହିଁ ଖସିପଡିଥିଲା । ତେଣୁ ଏଥର ଯେପରି କୌଣସି ସମସ୍ୟା ନରହିବ ସେଥିପାଇଁ ଚନ୍ଦ୍ରଯାନରେ ଅନେକ ପ୍ରକାର ସେନସର ଓ କ୍ୟାମେରା ଲାଗିଛି । ଏହାଛଡା ବିକ୍ରମ ଲ୍ୟାଣ୍ଡରରେ ଏଥର ୨ଟି ପରିବର୍ତ୍ତନ କରାଯାଇଛି ।

ପ୍ରଥମତଃ ଏଥିରେ ସେଫ୍ଟି ମୋଡ ସିଷ୍ଟମ ରଖାଯାଇଛି । ଯାହା କୌଣସି ପ୍ରକାର ଦୁର୍ଘଟଣାରୁ ବିକ୍ରମ ଲ୍ୟାଣ୍ଡରକୁ ବଞ୍ଚାଇବ । ସେଥିପାଇଁ ବିକ୍ରମ ଲ୍ୟାଣ୍ଡରରେ ୨ଟି ଅନବୋର୍ଡ କମ୍ପ୍ୟୁଟର ଲଗାଯାଇଛି । ଯାହା ବିକ୍ରମ ଲ୍ୟାଣ୍ଡର ପ୍ରତି ଆସୁଥିବା ପ୍ରତିଟି ବିପଦ ବାବଦରେ ଆଗୁଆ ସୂଚନା ଦେବ । ଆଜି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପରେ ବିକ୍ରମ ନିଜର କାମ ଆରମ୍ଭ କରିଦେବ । ବିକ୍ରମ ଲ୍ୟାଣ୍ଡର ମଧ୍ୟରୁ ରୋଭର ବାହାରିବା ସହ ଚନ୍ଦ୍ରପୃଷ୍ଠର ୫୦୦ ମିଟର ପର୍ଯ୍ୟନ୍ତ ଚାଲିବା ସହ ସେଠାକାର ବାତାବରଣ ବାବଦରେ ଇସ୍ରୋକୁ ସୂଚନା ଦେବ ।

Leave A Reply

Your email address will not be published.