ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଚନ୍ଦ୍ରରେ ପାଦ ଥାପିବ ଚନ୍ଦ୍ରଯାନ

0

ବେଙ୍ଗାଲୁରୁ: ଆଉ କିଛି ଘଣ୍ଟା ପରେ ଭାରତକୁ ମିଳିବ ଏକ ବଡ ସଫଳତା। ଅର୍ଥାତ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ମହାକାଶ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଯାନ ୩ର ସଫଳତା କେବଳ କିଛି ମିନିଟର ଖେଳ ଅଟେ। ଏହି ସମୟରେ ମହାକାଶ ଯାନକୁ ଚନ୍ଦ୍ରର କକ୍ଷ ଚାରିପଟେ ଘୁରି ସୁରକ୍ଷିତ ରୁପେ ଲ୍ୟାଣ୍ଡିଂ କରିବାକୁ ପଡିଥାଏ  । ମହାକାଶ ବିଜ୍ଞାନରେ ଏହାକୁ ଆତଙ୍କର ସାତ ମିନିଟ କୁହାଯାଏ। ୪ଟି ପର୍ଯ୍ୟାୟରେ ହେବ ଲ୍ୟାଣ୍ଡିଂ। ରଫ୍ ବ୍ରେକିଂ ସମୟରେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧.୬ କିଲୋମିଟର ହେବ। ଏହା ୬୯୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ।

ପୂର୍ବଥର ଚନ୍ଦ୍ରଯାନ-୨ ନିଜର ଅଧିକ ଗତି ଓ ଟେକ୍ନୋଲୋଜିରେ ସମସ୍ୟା କାରଣରୁ ଇଞ୍ଜିନ ଖରାପ ହୋଇ ଲ୍ୟାଣ୍ଡ କରିବା ପୂର୍ବରୁ ହିଁ ଖସିପଡିଥିଲା । ତେଣୁ ଏଥର ଯେପରି କୌଣସି ସମସ୍ୟା ନରହିବ ସେଥିପାଇଁ ଚନ୍ଦ୍ରଯାନରେ ଅନେକ ପ୍ରକାର ସେନସର ଓ କ୍ୟାମେରା ଲାଗିଛି । ଏହାଛଡା ବିକ୍ରମ ଲ୍ୟାଣ୍ଡରରେ ଏଥର ୨ଟି ପରିବର୍ତ୍ତନ କରାଯାଇଛି ।

ପ୍ରଥମତଃ ଏଥିରେ ସେଫ୍ଟି ମୋଡ ସିଷ୍ଟମ ରଖାଯାଇଛି । ଯାହା କୌଣସି ପ୍ରକାର ଦୁର୍ଘଟଣାରୁ ବିକ୍ରମ ଲ୍ୟାଣ୍ଡରକୁ ବଞ୍ଚାଇବ । ସେଥିପାଇଁ ବିକ୍ରମ ଲ୍ୟାଣ୍ଡରରେ ୨ଟି ଅନବୋର୍ଡ କମ୍ପ୍ୟୁଟର ଲଗାଯାଇଛି । ଯାହା ବିକ୍ରମ ଲ୍ୟାଣ୍ଡର ପ୍ରତି ଆସୁଥିବା ପ୍ରତିଟି ବିପଦ ବାବଦରେ ଆଗୁଆ ସୂଚନା ଦେବ । ଆଜି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପରେ ବିକ୍ରମ ନିଜର କାମ ଆରମ୍ଭ କରିଦେବ । ବିକ୍ରମ ଲ୍ୟାଣ୍ଡର ମଧ୍ୟରୁ ରୋଭର ବାହାରିବା ସହ ଚନ୍ଦ୍ରପୃଷ୍ଠର ୫୦୦ ମିଟର ପର୍ଯ୍ୟନ୍ତ ଚାଲିବା ସହ ସେଠାକାର ବାତାବରଣ ବାବଦରେ ଇସ୍ରୋକୁ ସୂଚନା ଦେବ ।

Leave A Reply

Your email address will not be published.