ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଇସିୟୁରେ ବାଜିବ ଭଜନ

0

କଟକ: ଏଣିକି ହସ୍ପିଟାଲ ଆଇସିୟୁରେ ବାଜିବ ଭଜନ। ଏହାସହ ବାଜିବ ମଧୂର ଯନ୍ତ୍ର ସଙ୍ଗୀତ। ଆଇସିୟୁରେ ଥିବା ରୋଗୀଙ୍କ ମାନସିକ ଚାପ ପକାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ଓ ଭକ୍ତି ସଙ୍ଗୀତ ବାଜିବ । ମେଡିକାଲ କର୍ତୃପକ୍ଷଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗୀଙ୍କ ମନୋବଳ ବଢିବ ଓ ରୋଗୀ ସୁସ୍ଥ ହେବ ବୋଲି ଆଶା କରିଛନ୍ତି କର୍ତୃପକ୍ଷ । ବିଶେଷଜ୍ଞ ମଧ୍ୟ ଏଥିରେ ସହମତ ହୋଇଛନ୍ତି ।

ସୂଚନାନୁସାରେ; ମେଡିକାଲ କର୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତି ଅନୁସାରେ, ଆଇସିୟୁରେ ଚିିକିତ୍ସିତ ହେଉଥିବା ରୋଗୀଙ୍କ ମାନସିକ ଚାପ କମାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ବାଜିବ । ଏହା ଦ୍ୱାରା ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ମନୋବଳ ବଢ଼ିବ । ଯାହାକି ରୋଗୀ ସୁସ୍ଥ ହେବାରେ ସହାୟକ ହେବ । ତେଣୁ ଏଭଳି ଯୋଜନା କରାଯାଇଥିବା କହିଛନ୍ତି ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ।

ଅନେକ ସମୟରେ ଗୁରୁତର ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦ୍ୱାରା ଚିକିତ୍ସା କରାଯାଇଥାଏ । ଅନେକ ଗୁରୁତର ରୋଗୀ ଏହି ମ୍ୟୁଜିକ୍ ଥେରାପି ଦ୍ୱାରା ସୁସ୍ଥ ହୋଇଥିବାର ନଜିର ମଧ୍ୟ ରହିଛି । ଯାହାକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲ ତରଫରୁ ଏଭଳି ବ୍ୟବସ୍ଥା କରାଯାଇଛି । ତେବେ ଏସସିବି କର୍ତୁପକ୍ଷଙ୍କ ନିଷ୍ପତିକୁ ନେଇ ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି, ମାନସିକ ସ୍ତରରେ ସୁସ୍ଥ ହେବା ପାଇଁ ଜଣଙ୍କର ସବୁ ଇନ୍ଦ୍ରିୟ କାମ କରିବା ଦରକାର । ତେଣୁ ଗୁରୁତର ରୋଗୀଙ୍କ ଭକ୍ତି ଗୀତ ଶୁଣାଇଲେ ସୁସ୍ଥ ହେବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.