ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଟ୍ରେନ ବଗିରେ ନିଆଁ

0

ପୁରୀ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଟ୍ରେନ ବଗିରେ ଲାଗିଲା ନିଆଁ । କୋଚିଂ ଡିପୋରେ ଟ୍ରେନର ଏକ ଏସି ବଗି ମରାମତି ପାଇଁ ରହିଥିବା ବେଳେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ସଠିକ ଜଣାପଡ଼ିନାହିଁ l ସୂଚନା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ଟିମ ପହଂଚି ନିଆଁକୁ ଆୟତ କରିଛି । ତେବେ ନିଆଁ ଯୋଗୁ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମଳିଛି । କିନ୍ତୁ କେତେ କ୍ଷୟକ୍ଷତି ଘଟିଛି ସେନେଇ ଆକଳନ କରାଯାଇନାହିଁ ।

ନିଆଁ ଲାଗିବା ଦ୍ବାରା ଷ୍ଟେସନ ଅଞ୍ଚଳ ଧୂଆଁ ମୟ ହୋଇ ଉଠିଥିଲା l ବଗି ଇଲେକ୍ଟ୍ରି କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି l ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି l ପୂର୍ବରୁ ମଧ୍ୟ ବହୁଥର ଟ୍ରେନରେ ନିଆଁ ଲାଗିଥିବା ନଜିର ରହିଛି ।

Leave A Reply

Your email address will not be published.