ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସିଏମଓର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହାପାତ୍ର

0

ଭୁବନେଶ୍ୱର:  ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ସିଏମଓର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହାପାତ୍ର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଦାୟିତ୍ୱ ମିଳିବା ପରେ ସୁରେଶ ମହାପାତ୍ରଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ସିଏମଓର ମୁଖ୍ୟ ଉପଦେଷ୍ଟା ପଦରୁ ଓହରିଛନ୍ତି ଆର.ବାଲକ୍ରିଷ୍ଣନ୍ । ସ୍ପେଶାଲ୍ ଇନିସିଏଟିଭ୍ ରହିବେ ଆର.ବାଲକ୍ରିଷ୍ଣନ୍ । ବାଲକ୍ରିଷ୍ଣନ ସ୍ୱତନ୍ତ୍ର ଇନିସିଏଟିଭର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ତେବେ ପୂର୍ବପରି ତାଙ୍କର ମୁଖ୍ୟ ଶାସନ ସଚିବ ପାହ୍ୟା ଜାରି ରହିବ ବୋଲି ସୂଚନା ମିଳିଛି। ସେହିପରି ପ୍ରମୁଖ ଉପଦେଷ୍ଟା ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ । ଡବ୍ଲୁଓଡିସି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ଅସିତ ତ୍ରିପାଠୀ ।

Leave A Reply

Your email address will not be published.