ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

0

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅନେକ ରୋଗୀ ହସ୍ପିଟାଲରେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

ସୂଚନା ଅନୁସାରେ ହାଇଦ୍ରାବାଦର ମେହେଦିପଟ୍ଟନମ୍ ଅଂଚଳସ୍ଥିତ ଜୟନଗରରେ ଥିବା ଅଙ୍କୁରା ହସ୍ପିଟାଲର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ହସ୍ପିଟାଲର ନାମ ଫଳକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦଶମ ମହଲାରେ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପଞ୍ଚମ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ବ୍ୟାପିଛି। ହସ୍ପିଟାଲର ଅଧିକାଂଶ ରୋଗୀ ଗର୍ଭବତୀ ମହିଳା ଓ ଶିଶୁ ହୋଇଥିଲେ ହେଁ ସମସ୍ତଙ୍କୁ କର୍ମଚାରୀମାନେ ସ୍ଥାନାନ୍ତର କରିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ।

ଏହା ସହ ହସ୍ପିଟାଲ ଉପର ଛାତ ଉପରେ କିଛି ନର୍ସ ଫସିରହିଥିବା ମଧ୍ୟ ଜଣାପଡିଛି । ସେମାନଙ୍କ ପାଇଁ ସେଠାରେ ରହିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଛି । ସେମାନେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ଜଣାଯାଇଛି । ତେବେ ଖବର ଅନୁସାରେ କେତେକ ଚିକିତ୍ସିତ ହେଉଥିବା ଗର୍ଭବତୀ ଓ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.