ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ

0

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ। ୟୁପିର ଆଦିତ୍ୟ ଶ୍ରୀବାସ୍ତବ ଏଥିରେ ଟପ୍ପର ହୋଇଛନ୍ତି। ଅନ୍ୟପଟେ ଓଡିଶାରୁ ଅନିମେଶ ପ୍ରଧାନ ସାରା ଦେଶରେ ଦ୍ୱିତୀୟ ହୋଇଛନ୍ତି। ଅନିମେଶଙ୍କ ଛଡା ରାଜ୍ୟର ପ୍ରଜ୍ଞାନନ୍ଦନ ଗିରି ଏବଂ ଆୟୁଷି ପ୍ରଧାନ ଯଥାକ୍ରମେ ୨୪ ଏବଂ ୩୬ ରାଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି।

ଅନିମେଶଙ୍କ ବ୍ୟତୀତ ଓଡ଼ିଶାର ପ୍ରଜ୍ଞାନନ୍ଦନ ଗିରି ଏବଂ ଆୟୁଷି ପ୍ରଧାନ ଯଥାକ୍ରମେ ୨୪ ଏବଂ ୩୬ ରାଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଅଭିମନ୍ୟୁ ମଲ୍ଲିକ ୬୦ ରାଙ୍କ୍, ଜୟଶ୍ରୀ ପ୍ରଧାନ ୫୨ ତମ ରାଙ୍କ୍, ଅମୃତାଂଶୁ ନାୟକ ୧୧୦ ରାଙ୍କରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଓଡ଼ିଶାର ଶୁଭ୍ରା ପଣ୍ଡା, ରଶ୍ମୀ ପ୍ରଧାନ, ବିଶ୍ୱଜିତ ପଣ୍ଡା ଏବଂ ସୌଭାଗ୍ୟ ଦାସ ଯଥାକ୍ରମେ ୨୦୪, ୩୧୯, ୩୪୩ ଏବଂ ୪୬୬ ରାଙ୍କ୍ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସାରା ଦେଶରେ ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ।

ସୂଚନା ଅନୁସାରେ ପରୀକ୍ଷାରେ ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିମଧ୍ୟରୁ ଆଇଏଏସ ୧୮୦ ଜଣ, ଆଇଏଫଏସ ୩୭ ଜଣ ଓ ଆଇପିଏସ ୨୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Leave A Reply

Your email address will not be published.