ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆହୁରି ୩ ଦିନ ସିଝିବେ ରାଜ୍ୟବାସୀ

0

ଭୁବନେଶ୍ବର: ଆସନ୍ତା ୨୧ ତାରିଖ ଯାଏଁ ଅସହ୍ୟ ଖରା ଅନୁଭୂତ ହେବ। ଉତ୍ତର ପଶ୍ଚିମ/ ପଶ୍ଚିମ ଦିଗ ରୁ ଗରମ ଓ ଶୁଷ୍କ ପବନ ପ୍ରବାହ ଯୋଗୁଁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଅନୁଭୁତ ହେବ। ତେବେ ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

ନୂଆପଡ଼ା, ମୟୂରଭଞ୍ଜ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ ଜିଲ୍ଲା ର କିଛି ଅଞ୍ଚଳ ରେ ଭୀଷଣ ଗ୍ରୀଷ୍ମ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି। ରାଜ୍ୟ ର ଅଧିକାଂଶ ଅଞ୍ଚଳରେ ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରା ୪୦.୦°C ରେକର୍ଡ ହେବାର ସମ୍ଭାବନା ଥିବା ବେଳେ କିଛି ଅଞ୍ଚଳ ରେ ୪୩.୦°C ଉପରେ ରହିପାରେ। ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୬ ସହରର ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଥିବାବେଳେ ୩ ସହରର ପାରଦ ୪୨ଡିଗ୍ରୀରୁ ଅଧିକ ରହିଛି ।

ଝାରସୁଗୁଡ଼ା ହୋଇଛି ରାଜ୍ଯର ଦ୍ବିତୀୟ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୪୦.୯, ରାଉରକେଲାରେ ୪୦.୨, ପାରାଦୀପରେ  ୩୬.୩, ପୁରୀରେ ୩୫ ଓ ଗୋପାଳପୁରରେ ୩୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଆଜି ଓ କାଲି ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍ ଆଲର୍ଟ ଜାରି ହୋଇଛି। ତେବେ ୨୨-୨୩ ତାରିଖ ବେଳକୁ ରାଜ୍ୟର ଅନେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି ପ୍ରଭାବରେ ୨୨ ତାରିଖ ରୁ ତାପମାତ୍ରା ସାମାନ୍ୟ କମିବା ସମ୍ଭାବନା ରହୁଛି।

Leave A Reply

Your email address will not be published.