ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌ : ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ବର: ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌। ଦୂର ହେବ ଟ୍ରାଫିକ ସମସ୍ୟା। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ବ୍ୟସ୍ତବହୁଳ ଜୀବନରେ ରେଡ୍ ଲାଇଟ ଯୋଗୁଁ ସାଧାରଣ ଲୋକଟିଏ ହଇରାଣ ହେଉଛି। ଟ୍ରାଫିକରେ ଘଣ୍ଟା ଘଣ୍ଟା ଛିଡା ହେଉଛି। ଏହି ସମସ୍ୟକୁ ଏଡାଇବା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କୋହଳ କରାଯିବ। ରେଡ୍ ଲାଇଟ ହଟାଯାଇ ଏହାର କିଛି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ଯେଉଁ ରାସ୍ତାରେ ଅଧିକାଂଶ ସମୟ ଟ୍ରାଫିକ ସମସ୍ୟା ରହୁଛି ସେଠି ସଭର ବ୍ରିଜ୍ କିମ୍ବା ପାର୍ଶରାସ୍ତା କରାଯିବ ସେନେଇ ଯୋଜନା ଚାଲୁଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.