ପ୍ରମୁଖ ଖବର

ଇ-୨୦ ଇନ୍ଧନ ନେଇ ନିତିନ ଗଡ଼କରୀଙ୍କ ସ୍ପଷ୍ଟୀକରଣ
ରାଜ୍ୟସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ସୁରକ୍ଷା ବିଲ୍, ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଟିଆଣ୍ଡଏଏସ୍ କ୍ୟାଡର୍‌ରେ ରଦବଦଳ, ୧୯୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ
କୋଇଲା ବ୍ଲକ ମାମଲାରେ ମନମୋହନ ସିଂଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍
ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ୨୦୨୬

ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌ : ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ବର: ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌। ଦୂର ହେବ ଟ୍ରାଫିକ ସମସ୍ୟା। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ବ୍ୟସ୍ତବହୁଳ ଜୀବନରେ ରେଡ୍ ଲାଇଟ ଯୋଗୁଁ ସାଧାରଣ ଲୋକଟିଏ ହଇରାଣ ହେଉଛି। ଟ୍ରାଫିକରେ ଘଣ୍ଟା ଘଣ୍ଟା ଛିଡା ହେଉଛି। ଏହି ସମସ୍ୟକୁ ଏଡାଇବା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କୋହଳ କରାଯିବ। ରେଡ୍ ଲାଇଟ ହଟାଯାଇ ଏହାର କିଛି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ଯେଉଁ ରାସ୍ତାରେ ଅଧିକାଂଶ ସମୟ ଟ୍ରାଫିକ ସମସ୍ୟା ରହୁଛି ସେଠି ସଭର ବ୍ରିଜ୍ କିମ୍ବା ପାର୍ଶରାସ୍ତା କରାଯିବ ସେନେଇ ଯୋଜନା ଚାଲୁଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.