ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ରାଜ୍ୟରେ ପୁଣି ହୋଇପାରେ ଛାତ୍ର ନିର୍ବାଚନ

0

ଭୁବନେଶ୍ବର: ଦୀର୍ଘ ୬ ବର୍ଷ ପରେ ରାଜ୍ୟରେ ପୁଣି ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ନିର୍ବାଚନ ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ସେ କହିଛନ୍ତି ଛାତ୍ର ସଙ୍ଗଠନର ଦାବି ମହତ୍ତ୍ଵପୂର୍ଣ୍ଣ । ଏନେଇ ବିଚାର ବିମର୍ଶ ଚାଲିଛି। ଛାତ୍ରଛାତ୍ରୀଙ୍କ ହିତ୍ ଉଦ୍ଦେଶ୍ୟରେ ସରକାର ନିଷ୍ପତ୍ତି ନେବେ।

ତେବେ ବିଭିନ୍ନ ଛାମୁଆ ଛାତ୍ର ସଂଗଠନ ଏନେଇ ପ୍ରସ୍ତୁତି ଆରମ୍ଭ କଲେଣି। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ହେଲ୍ପ ଡେସ୍କ ଖୋଲିଲେଣି। ନବାଗତଙ୍କୁ ସ୍ୱାଗତ କରିବା ବେଳେ ସଂଗଠନର ପୁସିଂ କାର୍ଡ ପ୍ରଦାନ କରୁଛନ୍ତି। ଚାରାରୋପଣ, ବନ୍ଧୁମିଳନ ପରି ବିଭିନ୍ନ କାର୍ଯ୍ୟକ୍ରମ କରି ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି ଛାତ୍ରନେତା। ଗତ ୬ ବର୍ଷରେ କ୍ୟାମ୍ପସ୍‌‌ରେ ନିର୍ବାଚନ ହୋଇ ନ ଥିବାରୁ ନିର୍ବାଚନର ଅନୁଭୂତି ପାଇବାକୁ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ପରିଲକ୍ଷିତ ହେଉଛି।

ସୂଚନା ମୁତାବକ, ୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ନବୀନ ସରକାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି। ହେଲେ କିଛି ସୁଫଳ ମିଳିନଥିଲା ।

Leave A Reply

Your email address will not be published.