ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନୀତ ହେଲେ ଓଡ଼ିଆ ପୁଅ

0

ନୂଆଦିଲ୍ଲୀ: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ।।ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୨୦୨୩ ମାର୍ଚ୍ଚ ୧୨ ତାରିଖରେ ଓଏନ୍‌ଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍‌ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଏନେଇ ଭାରତୀୟ ନୌସେନାର ସହାୟତା ଲୋଡା ଯାଇଥିଲା। ଲିଡ ଡାଇଭର ଭାବେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା। ସେ ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନରେ ନିର୍ଭୀକ ଭାବରେ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ।

ଜାହାଜଟି ଯେଉଁ ସ୍ଥାନରେ ଫସିଥିଲା ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଥିଲା। ତଥାପି ସେ ଅପରେଶନରେ ଯାଇ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ। ସାହସିକତାର ସହ ୧୮ ଫୁଟ ତଳକୁ ସେ ଓହ୍ଲାଇଥିଲେ। ପାଣି ମାଡ଼ ବିନା ବିଶ୍ରାମରେ ସେ ଡାଇଭିଂ ଜାରି ରଖିଥିଲେ। ପ୍ରତିକୂଳ ପରିସ୍ଥିତିରେ ସଫଳତାର ସହ ଜାହାର ଗୋଟିଏ ପାଶ୍ୱରୁ ଅନ୍ୟ ପାଶ୍ୱକୁ ୧୦୦ ଫୁଟ ପାର କରି ସେ ଟରେଷ୍ଟ ଏରିଆରେ ପହଞ୍ଚି ଥିଲେ। ନିଜ ସୁରକ୍ଷାକୁ ଭୃକ୍ଷେପ ନ କରି ଯେଉଁ ବୀରତ୍ୱ ଦେଖାଇଥିଲେ ସେନେଇ ତାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.