ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଜମ୍ମୁ-କାଶ୍ମୀର ଏନକାଉଣ୍ଟରରେ ୪ ଆତଙ୍କବାଦୀ: ୨ ଯବାନ ଶହୀଦ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁଲଗାମରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ୪ ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି। ଆଉ ୪ ଆତଙ୍କବାଦୀ ଲୁଚିଥିବା ମଧ୍ୟ କୁହାଯାଉଛି।

କୁଲଗାମ ଜିଲାରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଲୁଚିଥିବାର ପାଇବା ପରେ ସେନା ଅପରେଶନ ଆରମ୍ଭ କରିଥିଲା। ଏହି ସମୟରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା ତେବେ ମଦରଗାମ ଗ୍ରାମରେ ଆତଙ୍କବାଦୀଙ୍କ ପ୍ରବଳ ଗୁଳିମାଡ଼ରେ ଜଣେ ଯବାନ ଶହୀଦ ହୋଇଯାଇଥିଲେ। ଏହି ଅପରେଶନରେ ସିଆରପିଏଫ, ସେନା ଏବଂ ସ୍ଥାନୀୟ ପୋଲିସ ଏକ ଘରକୁ ଟାର୍ଗେଟ କରି ଆଗକୁ ବଢିଥିଲେ। ଯେଉଁଠି ଦୁଇ ଆତଙ୍କୀ ଲୁଚିଥିବା କୁହାଯାଉଛି।

ଆତଙ୍କବାଦୀଙ୍କୁ ଫସର ପକାଇବା ପାଇଁ ସୈନ୍ୟମାନେ ତୁରନ୍ତ କର୍ଡନ କରି ଗାଁ ଭିତରକୁ ପ୍ରବେଶ କରିବା ପରେ ପରିସ୍ଥିତି ତୀବ୍ରତର ହୋଇଥିଲା। ପ୍ରାରମ୍ଭିକ ଗୁଳି ବିନିମୟରେ ଜଣେ ସୈନିକ ଆହତ ହୋଇଥିଲେ ଏବଂ ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।କୁଲଗାମର ଫ୍ରିସାଲ ଅଞ୍ଚଳରେ ହୋଇଥିବା ଅନ୍ୟ ଏକ ଗୁଳିକାଣ୍ଡରେ ଡ୍ରୋନ ଫୁଟେଜରେ ନିହତ ହୋଇଥିବା ଚାରି ଜଣ ଆତଙ୍କବାଦୀଙ୍କ ମୃତଦେହ ଦେଖିବାକୁକ ମିଳିଛି।

Leave A Reply

Your email address will not be published.