ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ତିନି ରଥରେ ବିଜେ କଲେ ତିନି ଠାକୁର

0

ପୁରୀ: ପବିତ୍ର ରଥଯାତ୍ରାରେ ତିନି ରଥରେ ବିଜେ ହେଲେ ତିନି ଠାକୁର। ଆଜି ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲେ ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି। ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା’ ସୁଭଦ୍ରା ବିରାଜିତ। ନନ୍ଦିଘୋଷ ରଥରେ ବିରାଜିଲେ ମହାପ୍ରଭୁ କଳିଆ ସାଆନ୍ତ। ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ  ଭକ୍ତଙ୍କ ଭିଡ଼ ଜମିଛି। ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ। ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର। ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳି ନାଦରେ ପ୍ରକମ୍ପିତ ହେଲା ପରିବେଶ। ରଥାରୂଢ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ।

Leave A Reply

Your email address will not be published.