ପୁରୀ: ପବିତ୍ର ରଥଯାତ୍ରାରେ ତିନି ରଥରେ ବିଜେ ହେଲେ ତିନି ଠାକୁର। ଆଜି ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲେ ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି। ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା’ ସୁଭଦ୍ରା ବିରାଜିତ। ନନ୍ଦିଘୋଷ ରଥରେ ବିରାଜିଲେ ମହାପ୍ରଭୁ କଳିଆ ସାଆନ୍ତ। ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ। ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର। ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳି ନାଦରେ ପ୍ରକମ୍ପିତ ହେଲା ପରିବେଶ। ରଥାରୂଢ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ