ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ କଂଗ୍ରେସ ୧୦୦ ଘର ନିର୍ମାଣ କରିବ

0

ନୂଆଦିଲ୍ଲୀ: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। କେରଳର ୱାୟାନାଡରେ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଥିବାବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟାନାଡ ଗସ୍ତରେ ଅଛନ୍ତି। ସ୍ଥିତି ଦେଖିବା ପରେ ରାହୁଲ କହିଛନ୍ତି, ଏହା ଏକ ଭୟଙ୍କର ଦୁଃଖଦ ଘଟଣା। ପୀଡିତଙ୍କୁ ସାହାଯ୍ୟ କରିବାକୁ ଆମେ ଏଠାରେ ଅଛୁ। ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ କଂଗ୍ରେସ ୧୦୦ଘର ନିର୍ମାଣ କରିବ ବୋଲି ସେ ଘୋଷଣା କରିଛନ୍ତି।

ରାହୁଲ ଆହୁରି କହିଛନ୍ତି, ମୁଁ ଗତକାଲି ଠାରୁ ଏଠାରେ ଅଛି, ଗତକାଲି ଆମେ ଘଟଣା ସ୍ଥଳକୁ ଯାଇଥିଲୁ, କ୍ୟାମ୍ପକୁ ଯାଇଥିଲୁ, ଏଠାରେ ସ୍ଥିତି ଅନୁଧ୍ୟାନ କରିଥିଲୁ। ଆଜି ପ୍ରଶାସନ ସହିତ ଆମର ଏକ ବୈଠକ ହେବାର ଅଛି। ବୈଠକ ପରେ ପରିସ୍ଥିତି କ’ଣ ଜଣାପଡିବ।

Leave A Reply

Your email address will not be published.