ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ କଂଗ୍ରେସ ୧୦୦ ଘର ନିର୍ମାଣ କରିବ

0

ନୂଆଦିଲ୍ଲୀ: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। କେରଳର ୱାୟାନାଡରେ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଥିବାବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟାନାଡ ଗସ୍ତରେ ଅଛନ୍ତି। ସ୍ଥିତି ଦେଖିବା ପରେ ରାହୁଲ କହିଛନ୍ତି, ଏହା ଏକ ଭୟଙ୍କର ଦୁଃଖଦ ଘଟଣା। ପୀଡିତଙ୍କୁ ସାହାଯ୍ୟ କରିବାକୁ ଆମେ ଏଠାରେ ଅଛୁ। ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ କଂଗ୍ରେସ ୧୦୦ଘର ନିର୍ମାଣ କରିବ ବୋଲି ସେ ଘୋଷଣା କରିଛନ୍ତି।

ରାହୁଲ ଆହୁରି କହିଛନ୍ତି, ମୁଁ ଗତକାଲି ଠାରୁ ଏଠାରେ ଅଛି, ଗତକାଲି ଆମେ ଘଟଣା ସ୍ଥଳକୁ ଯାଇଥିଲୁ, କ୍ୟାମ୍ପକୁ ଯାଇଥିଲୁ, ଏଠାରେ ସ୍ଥିତି ଅନୁଧ୍ୟାନ କରିଥିଲୁ। ଆଜି ପ୍ରଶାସନ ସହିତ ଆମର ଏକ ବୈଠକ ହେବାର ଅଛି। ବୈଠକ ପରେ ପରିସ୍ଥିତି କ’ଣ ଜଣାପଡିବ।

Leave A Reply

Your email address will not be published.