ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ହକିରେ ଭାରତ ଜିତିଲା ବ୍ରୋଞ୍ଜ

0

ପ୍ୟାରିସ୍: ଇତିହାସ ରଚିଲା ଭାରତୀୟ ହକି ଟିମ୍ ସ୍ପେନକୁ ହରାଇ ଜିତିଲା ଐତିହାସିକ ବ୍ରୋଞ୍ଜ ମେଡାଲ ମ୍ୟାଚର ୩୦ ଏବଂ ୩୩ ତମ ମିନିଟରେ ଗୋଲ ସ୍କୋର କରିଥିଲେ ଭାରତୀୟ କ୍ୟାପଟେନ। ଦୁଇଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ ଗୋଲ ସ୍କୋର କରିଛନ୍ତି।

ଟିମ ଇଣ୍ଡିଆର କିମ୍ବଦନ୍ତୀ ଗୋଲକିପର ପି.ଶ୍ରୀଜେଶଙ୍କ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ଏହା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ। ପ୍ୟାରିସ ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ପଦକ ।

ଏହାପୂର୍ବରୁ ସେ ଶୁଟିଂରେ ୩ଟି ପଦକ ପାଇଥିଲା। ସ୍ପେନ ଆଜିର ମ୍ୟାଚରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି।

ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପି.ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି। ଟୋକିଓରେ ମଧ୍ୟ ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ। ଏହି ସମୟରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା।

ଏବେ ଶ୍ରୀଜେଶଙ୍କ ଶେଷ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ଜିତିଛି। ଟୋକିଓ ଭଳି ଆଜି ବ୍ରୋଞ୍ଜ ଜିତିବା ପରେ ମଧ୍ୟ ଶ୍ରୀଜେଶ ଗୋଲପୋଷ୍ଟ ଉପରେ ବସି ସେଲିବ୍ରେଶନନ କରିଛନ୍ତି।

Leave A Reply

Your email address will not be published.