ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୯ଲକ୍ଷ ହିତାଧିକାରୀଙ୍କୁ ମିଳିବ ରାସନକାର୍ଡ : କୃଷ୍ଣ ଚନ୍ଦ୍ର ପାତ୍ର

0

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ହଜାର ୨ ହଜାର ୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି ।
ରାଜ୍ୟରେ ଯୋଗାଣ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ କେତେ ହିତାଧିକାରୀଙ୍କୁ ଚାଉଳ ଓ ଅନ୍ୟାନ ସାମଗ୍ରୀ ଯୋଗାଇ ଦିଆଯାଉଛି ଓ କେତେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ଚିହ୍ନଟ କରାଯାଇଛି ତାହାର ବିବରଣୀ ମାଗିଥିଲେ ଡାବୁଗାଁ ବିଧାୟକ ।
ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୯୨୯ ଆବେଦନକାରୀ ରାସନକାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ଏହି ସବୁ ଆବେଦନ ପତ୍ର ଗୁଡିକର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଯାଞ୍ଚ କରାଯିବାକୁ ପଦକ୍ଷେପ ନିଆଯାଉଛି । ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଗୃହରେ ଆଜି ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

Leave A Reply

Your email address will not be published.