ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

0

ସରକାରଙ୍କ ନୂଆ ଯୋଜନା
ଭୁବନେଶ୍ବର; ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ମୋହନ ମାଝୀ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ୨୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବହନ କରିବେ। ଅଧିକ ଜଳପ୍ରବାହ ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ରୋକିବା ଉଦ୍ଦେଶ୍ୟରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି।

ଏହି ଯୋଜନାରେ ୫ ବର୍ଷରେ ଖର୍ଚ୍ଚ କରାଯିବ ୨୦୦କୋଟି।। ‘ବନ୍ଧ ସୁରକ୍ଷା ଓ ଉନ୍ନତିକରଣ କାର୍ଯ୍ୟ’ ନାମରେ ଏହି ଯୋଜନାରେ ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମଗୁଡ଼ିକର ପୁନରୁଦ୍ଧାର ଓ ମରାମତି ସହ ସୁଦୃଢ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମ କାରଣରୁ ତଳମୁଣ୍ଡରେ ଅତିରିକ୍ତ ଜଳପ୍ରବାହରୁ ଧନ ଜୀବନ ହାନି ସହିତ ଅନେକ କ୍ଷତି ହେବାର ଆଶଙ୍କା ରହିଥାଏ।

ସେଥିପାଇଁ ପୁରାତନ ବନ୍ଧଗୁଡ଼ିକର ସୁରକ୍ଷା ପାଇଁ ଏହାର ଲଗାତର ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ ସହିତ ଆବଶ୍ୟକତା ଅନୁସାରେ ମରାମତି ଓ ଉନ୍ନତିକରଣ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ‘ବନ୍ଧ ସୁରକ୍ଷା ଓ ଉନ୍ନତିକରଣ କାର୍ଯ୍ୟ’ ଯୋଜନାକୁ ଆଗାମୀ ୫ବର୍ଷ ପାଇଁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Leave A Reply

Your email address will not be published.