ପ୍ରମୁଖ ଖବର

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶେଖରଲାଲ ସାହୁ
୪୦ରୁ ଅଧିକ ହେବ ନାହିଁ ମୋ’ ବସ୍‌ର ସ୍ପିଡ୍‌ : ପରିବହନ ମନ୍ତ୍ରୀ
ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଲେ ଟ୍ରମ୍ପ
ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ
ଡିସେମ୍ବର ୧୫ରେ ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷା
ପ୍ରତି ୧୦ ମିନିଟରେ ଚାଲିବ ଟ୍ରେନ୍, ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ
ବୁଲଡୋଜର ଆକ୍ସନ ଘଟଣାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଘର ଭାଙ୍ଗିଥିବା ଲୋକଙ୍କୁ ୨୫ ଲକ୍ଷ ଦିଅ
ପୋଲସରାରେ ମୁଖ୍ୟମନ୍ତ୍ରୀ ବସ୍-ବାଇକ୍ ମୁହାଁମୁହଁ: ଜଣେ ମୃତ; ୨ ଆହତ, ୮ମାସର ଶିଶୁ ସୁରକ୍ଷିତ
ହ୍ୟୁଷ୍ଟନ୍‌ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍‌
୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ: ରିଜିଜୁଙ୍କ ସୂଚନା
ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ ଗୁଳିମାଡ
ପୁଣି ଭୁବନେଶ୍ୱର ବିମାନରେ ବୋମା ଆତଙ୍କ
ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ
ଓଡ଼ିଶା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ଚତୁର୍ଥ ଦିବସରେ ଆୟୋଜିତ ଭାରତୀୟ ଗୋବିଜ୍ଞାନ ପ୍ରଶିକ୍ଷଣ

ସୋଆରେ ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

0

ଭୁବନେଶ୍ୱର, ନଭେମ୍ବର ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଛି।

ସୋଆର ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଏହି କର୍ମଶାଳାର ଆୟୋଜନ କରିଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି। ଏହା ବ୍ୟତୀତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆରଡିସି) ଓ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି।

ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅଭିନବ ଜୈବପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଉପରେ ଆଲୋଚନା କରାଯିବ ବୋଲି ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ କହିଛନ୍ତି। ବର୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଓ ମେରାଇନ୍ ବାୟୋଟେକ୍ନୋଲଜିର ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି। ଏହି ବିଷୟ ବସ୍ତୁକୁ ନେଇ ହିଁ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ଥାଟ୍ଟୋଇ କହିଛନ୍ତି।

ପ୍ରଫେସର ଥାଟ୍ଟୋଇ କହିଛନ୍ତି ଯେ ମେରାଇନ୍ ବାୟୋଟେକ୍ନୋଲଜି ଦ୍ୱାରା ସାମୁଦ୍ରିକ ସଂପଦର ଅଶେଷ ସମ୍ଭାବନାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା ସହ ଜୈବପ୍ରଯୁକ୍ତିରେ ଶୈକ୍ଷିକ ଗବେଷଣା ଓ ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ। ଶିଳ୍ପ ପ୍ରୟୋଗ ପାଇଁ ଜୈବିକ ପ୍ରକିୟା ଗୁଡିକୁ ବ୍ୟବହାର କରିବା ଦ୍ୱାରା ଏହି କ୍ଷେତ୍ର ଗୁଡିକରେ ପାରମ୍ପରିକ ପଦ୍ଧତିର ସ୍ଥାୟୀ ବିକଳ୍ପ ସୃଷ୍ଟି ହେବ।

୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ବୋଲି ପ୍ରଫେସର ଥାଟ୍ଟୋଇ କହିଛନ୍ତି।
ବର୍ତମାନ ବିଶ୍ୱରେ ପରିବେଶକୁ ନେଇ ଉଦ୍‌ବେଗ ସୃଷ୍ଟି ହେଉଥିବା ବେଳେ ହ୍ୱାଇଟ୍ ବାୟୋଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜିର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.