ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢ଼ିଲା ବାଘ ସଂଖ୍ୟା

0

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଧଳା ବାଘୁଣୀ ରୂପା ଆଜି ୪ ଶାବକଙ୍କୁ ଜନ୍ମ ଦେଇଛି। ସମସ୍ତ ୪ ଶାବକ ସୁସ୍ଥ ଥିବାବେଳେ ରୂପା ସମସ୍ତଙ୍କ ଯତ୍ନ ନେଉଛି। ଛୁଆଗୁଡ଼ିକ ରୂପା ପାଖରେ ଥିବାରୁ ସେମାନଙ୍କ ଲିଙ୍ଗ ଚିହ୍ନଟ କରାଯାଇପାରିନାହିଁ। ସିସିଟିଭି ମାଧ୍ୟମରେ ବାଘୁଣୀ ରୂପା ଓ ତା’ ଶାବକମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ଧଳା ବାଘୁଣୀ ରୂପାକୁ ୬ ବର୍ଷ ହୋଇଛି। ୨୦୧୮ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ନନ୍ଦନକାନନରେ ଜନ୍ମ ହୋଇଥିଲା ରୂପା। ବାଘ ରୋଶନ ଓ ବାଘୁଣୀ ବିଜୟାଙ୍କ ମିଳନରୁ ଜନ୍ମ ହୋଇଥିଲା ରୂପା।

ଉଲ୍ଲେଖ ଥାଉକି; ରୂପା ୨୦୨୨ରେ ପ୍ରଥମ ଥର ପାଇଁ ୩ଟି ଶାବକ ଜନ୍ମ କରିଥିଲା। ତେବେ ମାସେ ଭିତରେ ୨ଟି ଶାବକ ମରି ଯାଇଥିଲେ। କେବଳ ଗୋଟିଏ ବଞ୍ଚିଥିଲା। ତା’ ନାଁ ହିମାଂଶୀ। ତାକୁ ଚଳିତ ବର୍ଷ ଜୁଲାଇ ମାସରେ ଭଗବାନ ବିର୍ସା ମୁଣ୍ଡା ବାୟୋଲୋଜିକାଲ ପାର୍କକୁ ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମ ଅଧୀନରେ ପଠାଇ ଦିଆଯାଇଛି।

ଏହା ପରେ ୨୦୨୩ ଜାନୁଆରୀ ମାସରେ ୨ଟି ଶାବକଙ୍କୁ ଜନ୍ମ ଦେଇଥିଲା ରୂପା। ସେମାନଙ୍କ ନାଁ ଅମୃତା ଓ ଶିବା। ସେମାନେ ଏବେ ନନ୍ଦନକାନନରେ ଅଛନ୍ତି। ଆଉ ଆଜି ରୂପା ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ରୂପା ଓ କଳା ବାଘ କୃଷ୍ଣର ମିଳନରୁ ଏହି ୪ ଶାବକ ଜନ୍ମ ହୋଇଛନ୍ତି।

Leave A Reply

Your email address will not be published.