ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆତଙ୍କବାଦୀ ସଙ୍ଗଠନ ଲସ୍କରରୁ ଆର୍‌ବିଆଇକୁ ମିଳିଲା ଧମକ

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଶନିବାର ସକାଳ ୧୦ଟାରେ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି। ଏହି ଧମକପୂର୍ଣ୍ଣ କଲ୍‌ ଆସିବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଫୋନ୍‌ କଲ୍ ଆସିବା ପରେ ଆର୍‌ବିଆଇ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଅପରପକ୍ଷେ ପୋଲିସ ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି। ଏନେଇ ମାତା ରାମାବାଇ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି। କେହି ମଜାରେ ଏଭଳି ଫୋନ କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିଲେ ହେଁ କଲ୍‌ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି।

ଆର୍‌ବିଆଇକୁ ଏଭଳି ଧମକପୂର୍ଣ୍ଣ କଲ୍‌ ମିଳିବା ନୂଆ କଥା ନୁହେଁ। ଗତ ୨ ମାସ ମଧ୍ୟରେ ଏଭଳି କଲ୍‌କୁ ନେଇ ଅନେକ ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ମୁମ୍ବାଇ ବିମାନ ବନ୍ଦର ସହ ଦେଶର ଅନେକ ବିମାନ ବନ୍ଦର, ସ୍କୁଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ବୋମାରେ ଉଡାଇ ଦେବାକୁ ଧମକ ଦେଉଛନ୍ତି। ପରେ ଏସବୁ ମାମଲା ମିଥ୍ୟା ବୋଲି ଜଣାପଡ଼ୁଛି। ବିଶେଷକରି ବିମାନ ସେବା କ୍ଷେତ୍ରକୁ ଧମକ ଅଧିକ ଆସୁଥିବାରୁ ଅନେକ ବିମାନ କ୍ରମାଗତ ଭାବେ ପ୍ରଭାବିତ ହେଉଛି।

Leave A Reply

Your email address will not be published.