ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

0

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର। ବିଧାନସଭାରେ ଆଶ୍ୱସ୍ତି ଖବର ଆଣିଲେ ଉପମୁଖ୍ୟମନ୍ତ୍ରୀ। କହିଲେ, ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର। ରାଜ୍ୟର ୫୮ଟି ସବଡିଭିଜନ୍‌ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ କେ.ଭି ସିଂହଦେଓ ଏଭଳି ଉତ୍ତର ରଖିଛନ୍ତି।

ସବ୍‌ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକତା ଦେଖି ପିପିପି ମୋଡ୍‌ରେ ହେବ ହାଇବ୍ରିଡ୍ କୋଲ୍ଡ ଷ୍ଟୋରେଜ୍। ରାଜ୍ୟ ବିଧାନସଭା ଶୀତାକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଆଜି ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏହି ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ସେ କହିଛନ୍ତି, ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ଏହି ଶୀଳତଭଣ୍ଡାରଗୁଡିକ ପିପିପି ମୋଡରେ ନିର୍ମାଣ କରାଯିବ। ଯଦି ଆଉ ଶୀତଳଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି ତେବେ ପିପିପି ମୋଡରେ ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କେ.ଭି ସିଂଦେଓ ସୂଚାନ ଦେଇଛନ୍ତି।

Leave A Reply

Your email address will not be published.