ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

0

ଭୁବନେଶ୍ବର: ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ଚାଳିତ ବସ୍। ପରିବେଶ ଅନୁକୂଳମୁଖୀ କାର୍ଯ୍ୟକୁ ଆଗକୁ ବଢାଇବାକୁ ଯାଇ କିଛି ଏମିତି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଚାଳିତ ବସ୍ ଆରମ୍ଭ କରିବା ନେଇ ଗ୍ରୀଡକୋ, ଏନଟିପିସି ଏବଂ କ୍ରୁଟ ସହ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି. ସିଂଦେଓ ଏବଂ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି।

ତେବେ ସୁବୁଠୁ ବଡ କଥା ହେଉଛି, ଏହି ସବୁଜ ହାଇଡ୍ରୋଜେନ୍ ନର୍ଦ୍ଦମା ପାଣିରୁ ଉତ୍ପାଦନ କରାଯିବ। ନିଷ୍କାସିତ ବର୍ଜ୍ୟ ପାଣିକୁ ପୁନଃବ୍ୟବହାରରେ ଲଗାଇ ଚାଲିବ ଏହି ହାଇଡ୍ରୋଜେନ୍ ବସ୍। ସବୁଠୁ ଲାଭଦାୟକ କଥା ହେଉଛି ଏହି ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ମଧ୍ୟ ନିର୍ଗତ ହେବ। ସେଥିପାଇଁ ଏହାକୁ ଗ୍ରୀନ ହାଇଡ୍ରୋଜେନ୍ ବୋଲି କୁହାଯାଉଛି। ଯେଉଁଥିରେ ୧ କେଜି ହାଇଡ୍ରୋଜେନର ଉତ୍ପାଦ ଭାବେ ୮ କେଜି ଅମ୍ଳଜାନ ଉତ୍ପନ୍ନ ହେବ। ଆଉ ବସ୍ ଚଳାଚଳ ପାଇଁ ଗୋଟିଏ ଦିନରେ ୨୬୦ କେଜି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ହେଲେ ଏଥିରେ ୨୦୮୦ କେଜି ଅକ୍ସିଜେନ୍ ବାୟୁମଣ୍ଡଳରେ ନିର୍ଗତ ହେବ। ଯାହା ୧୮ ହଜାର ଗଛ ଦ୍ବାରା ନିର୍ଗତ ହେଉଥିବା ଅକ୍ସିଜେନ୍ ପରିମାଣ ସହ ସମାନ।

ତେବେ ହାଇଡ୍ରୋଜେନ୍ ଇନ୍ଧନ ଦ୍ବାରା ଚାଲିବାକୁ ଥିବା ଏହି ବସ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ମୋଟ ୩ଟି ବସ୍ ଓଡିଶା ରାସ୍ତାରେ ଗଡିବ। ଏହାପରେ ଭୁବନେଶ୍ବର, କଟକ ଏବଂ ପୁରୀରେ ପର୍ଯ୍ୟାୟକ୍ରମେ ହାଇଡ୍ରୋଜେନ୍ ବସ୍ ଚାଲିବ। ଏଥିପାଇଁ ନେସନାଲ ଥର୍ମାଲ ପାଓ୍ବାର କର୍ପୋରେସନ ବା ଏନଟିପିସିକୁ ସବୁଜ ହାଇଡ୍ରୋଜେନ୍ର ବସର ନିର୍ମାଣ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ମୋହନ ସରକାର ଭୁବନେଶ୍ବର ନିକଟସ୍ଥ ଗାଡକଣରେ ଜମି ଆବଣ୍ଟନ କରିଛନ୍ତି। ସେହିଠାରେ ହିଁ ହାଇଡ୍ରୋଜେନ୍ ଫିଲିଂ ଏବଂ ଉତ୍ପାଦନ କରାଯିବ। ଥରେ ମାତ୍ର ଫିଲିଂରେ ବସଟି ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ।

Leave A Reply

Your email address will not be published.