ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୁଟୁଥିଲେ ଟଙ୍କା, ବାନ୍ଧିଲା କମିସନ୍‌ରେଟ୍‌ ପୋଲିସ

0

ଭୁବନେଶ୍ୱର: ହାଇପ୍ରୋଫାଇଲ ଦମ୍ପତ୍ତିଙ୍କ ହାଇପ୍ରୋଫାଇଲ ଡ୍ରାମା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନାଁ ନେଇ କରୁଥିଲେ କଳା କାରନାମା। ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୋକଙ୍କ ବୋକା ବନାଉଥିଲେ ଓ ଠକୁଥିଲେ ଦୁଇ ଠକ। ତାହା ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଛାତି ଉପରେ। କୋଟି କୋଟି ଟଙ୍କା ଚୂନ ଲଗାଇ ମେଣ୍ଟେନ କରୁଥିଲେ ଲକଜୁରୀ ଲାଇଫଷ୍ଟାଇଲ। ଚୂନା ଲଗାଇବା ପାଇଁ ବ୍ୟବହାର କରୁଥିଲେ ବିଭିନ୍ନ ଉପାୟ। ନିଜର ପତିଆରା ଦେଖେଇବା ପାଇଁ ହାଇପ୍ରୋଫାଇଲ ଲୋକଙ୍କ ସହ ଫଟୋ ଏଡିଟ କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ। ଏନେଇ ଏକାଧିକ ଅଭିଯୋଗ ହେବା ପରେ ଦୁଇ ଅଭିଯୁକ୍ତ ହଂସିକା ଓ ଅନୀଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନ୍‌ରେଟ୍‌ ପୁଲିସ୍‌।

ଖବର ଅନୁଯାୟୀ,ଭୁବନେଶ୍ୱରର ଅନୀଲ ମହାନ୍ତି ପେସାରେ ଜଣେ ବ୍ୟବସାୟୀ। ତାଙ୍କ ନାଁରେ ଦୁଇଟି କମ୍ପାନୀ ରେଜିଷ୍ଟ୍ରେସନ୍‌ ହୋଇଛି। ପଟିଆରେ ଖୋଲିଛନ୍ତି ଅଫିସ୍‌। ତାଙ୍କୁ ସହଯୋଗ କରୁଛନ୍ତି ହଂସିକା ଅଭିଲିପ୍ସା। ଅଭିଯୁକ୍ତ ହଂସିକା ଅଭିଲିପ୍ସା ନିଜକୁ ପିକେ ମିଶ୍ରଙ୍କ ସହଯୋଗୀ ଭାବରେ ପରିଚିତ କରି ପୀଡିତାଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା।ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୋକଙ୍କୁ ଭୁଆଁ ବୋଲାଉଥିଲେ। ଟେଣ୍ଡର କରେଇଦେବେ, କର୍ପୋରେଟ ସେକ୍ଟରରେ କାମ କରେଇ ଦେବେ କହି ଠକୁଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି କାମ ଥିଲେ ବି ଆରାମରେ ହୋଇଯିବ ବୋଲି କହି ମୋଟା ଅଙ୍କର ପଇସା ନେଉଥିଲେ। ପଟିଆରେ ଅଫିସ ଖୋଲି ଖଣି ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିଲଡର ସମସ୍ତଙ୍କୁ ଲୁଟୁଥିଲେ। ଏପରିକି ହାଇପ୍ରୋଫାଇଲ ଲୋକଙ୍କ ସହ ଫଟୋ ଏଡିଟ କରି ଲୋକଙ୍କୁ ଚୁନା ଲଗାଉଥିଲେ। ଖାଲି ସେତିକି ନୁହେଁ, ଓଡ଼ିଶାର ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏଜି ଗିରୀଷ ମୁର୍ମୁଙ୍କ ପରି ବଡ଼ବଡ଼ିଆଙ୍କ ସହିତ ନିଜ ଫଟୋ ଏଡିଟ୍‌ କରି ଦେଖାଉଥିଲେ। ଆଉ ଠକୁଥିଲେ। କୋଟି କୋଟି ଟଙ୍କା ଚୂନ ଲଗାଇ ହାଇପ୍ରୋଫାଇଲ ଲାଇଫ ମେଣ୍ଟନ କରୁଥିଲେ। ଇନ୍‌ଫୋସିଟି ଥାନା ଅଧିନ ଏକ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ। ଯାହାକୁ ନେଇ ଏକାଧିକ ଅଭିଯୋଗ ଆସିବା ପରେ ଏହି ଜାଲିଆ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ।

ତେବେ ନିକଟରେ ଏନେଇ ଇନ୍‌ଫୋସିଟି ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଭିଯୋଗ ଉପରୁ ପର୍ଦ୍ଦା ହଟିଥିଲା। ଖଣି ମାଲିକ ପୋଲିସ ପାଖରେ ଅଭିଯୋଗ କରିବା ପରେ ହଂସିକା ଏବଂ ଅନିଲଙ୍କୁ ଗିରଫ କରାଯିବା ପରେ ସମଗ୍ର ମାମଲା ସାମ୍ନାକୁ ଆସିଛି। ଅଭିଲିପ୍ସା ଓ ଅନୀଲ୍‌ ପ୍ରକୃତରେ ପିକେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ନୁହଁନ୍ତି ବୋଲି ଜଣାପଡିଥିଲା।

Leave A Reply

Your email address will not be published.