ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ଶିମିଳିପାଳ ଫେରିଲା ‘ଜିନ୍ନତ’

0

ଶିମିଳିପାଳ: ଶିମିଳିପାଳରେ ବାଘୁଣୀ ‘ଜିନ୍ନତ’। ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’। ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଗଲା। ‘ଜିନ୍ନତ’କୁ ଏବେ ଯମୁନା ଏନକ୍ଲୋଜରରେ ରଖାଯାଇଛି।
ସୂଚନା ଅନୁସାରେ, ରାତି ୧.୪୫ ମିନିଟରେ ମୟୂରଭଞ୍ଜ ଝାରପୋଖରିଆ ଦେଇ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ। ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତକୁ ଓଡ଼ିଶା ଅଣାଯାଇଛି। କୋଲତାକାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି ଏନଟିସିଏ ନିର୍ଦ୍ଦେଶ ଦେଇଥିଲା।

ଦୀର୍ଘ ଦିନ ଧରି ଚକମା ଦେଇ ବୁଲୁଥିବା ବାଘୁଣୀ ଜିନ୍ନତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଥିଲା । ପଶ୍ଚିମବଙ୍ଗର ଗୋସାଇଁଡିହି ଗ୍ରାମ୍ୟ ଜଙ୍ଗଲରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା। ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ।

Leave A Reply

Your email address will not be published.