ପ୍ରମୁଖ ଖବର

ମୌସୁମୀ ବାୟୁ ସକ୍ରିୟ ପାଇଁ ପାଗ ଅନୁକୂଳ
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ନକ୍ସଲ ନିପାତ

0

ଛତିଶଗଡ଼: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା। ବିଜାପୁର ଜିଲ୍ଲା ଗାଙ୍ଗାଲୁରରେ ସର୍ଚ୍ଚ ଅପରେସନ୍‌ ଜାରି ଏବେ ବି ରହିଛି ବୋଲି ସୂଚନା ମିଳିଛି।
ସୂଚନାନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଗାଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚରେ ହୋଇଥିବା ଏହି ଏନକାଉଣ୍ଟରରେ ୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଏସଟିଏଫ, ଡିଆରଜି ଏବଂ ସିଆରପିଏଫ ଯବାନଙ୍କ କମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନକାଉଣ୍ଟରରେ ନିପାତ ହୋଇଥିବା ନକ୍ସଲମାନଙ୍କ ମୃତଦେହ ସୁରକ୍ଷାବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।

Leave A Reply

Your email address will not be published.