ଆସନ୍ତା ୫ରେ ଭୋଟ, ୮ରେ ଗଣତି
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର। ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରିବେ। ଆସନ୍ତା ୫ ତାରିଖରେ ହେବ ଭୋଟଗ୍ରହଣ। ଫେବୃଆରୀ ୮ରେ ହେବ ଭୋଟ ଗଣତି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ଆଜି ସକାଳୁ ସନ୍ଧ୍ୟା ଯାଏଁ ଜନସଭା, ରେଲି, ରୋଡ ସୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଚାଲିଛି। ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ। ଏପଟେ କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ଜୋରସୋର ପ୍ରଚାର କରୁଛନ୍ତି।
ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ। ଏଥିସହ ମତଦାନରେ ଯୁବ ଭୋଟରଙ୍କ ସହଭାଗିତା ବଢାଇବା ପାଇଁ ୭୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।