ନୂଆଦିଲ୍ଲୀ: ଆପ ପାଇଁ ଖୁସି ଖବର। ବଡ଼ ବିଜୟ ହାସଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା। କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଭାଜପାର ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କଲେ ଆତିଶୀ। ଆପ୍ର ବହୁ ହେଭିୱେଟ ନେତା ଚଳିତ ନିର୍ବାଚନରେ ପରାଜୟ ବରଣ କରିଥିବାବେଳେ ଆତିଶୀଙ୍କ ବିଜୟ ଆପ୍ର ସମ୍ମାନ ରକ୍ଷା କରିବାରେ ସହାୟକ ହୋଇଛି। ଆତିଶୀ ୩ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଚଳିତ ଥର ଆପ୍ ସରକାର ଗଢ଼ିବା ଆଶା ଶୂନ୍ୟ ହୋଇଥିବାବେଳେ ଦୀର୍ଘବର୍ଷ ପରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଯାଉଛି।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ