ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଟ୍ରେନ୍‌ ଟଏଲେଟ୍‌ରେ ଯୁବକଙ୍କ ମୃତଦେହ ଉଦ୍ଧାର

0

ସମ୍ବଲପୁର: ଟ୍ରେନ୍ ଟଏଲେଟରୁ ମୃତଦେହ ଉଦ୍ଧାର। ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍‌ରେ ସମ୍ବଲପୁର -ନାନ୍ଦେଡ଼ ଟ୍ରେନର ଟଏଲେଟ୍‌ରୁ ଏକ ଯୁବକଙ୍କ ମୃତଦେହକୁ ଜବତ କରିଛି ସମ୍ବଲପୁର ରେଳବାଇ ପୋଲିସ।

ସୂଚନା ଅନୁଯାୟୀ ନାନ୍ଦେଡ ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଥିଲା। ଭୋର୍ ୪ଟା ସମୟରେ ଜଣେ ସଫେଇ କର୍ମଚାରୀ ଟ୍ରେନ୍ ସଫା କରୁଥିବାବେଳେ ଟଏଲେଟ୍ ମଧ୍ୟରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଏ ନେଇ ଆରପିଏଫ୍ କୁ ଖବର ଦେଇଥିଲେ। ରେଳବାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି।
ମୃତ ଯୁବକ ଜଣକ ସମ୍ବଲପୁର ଜିଲା ବଡ଼ରମାର ପ୍ରସାଦୀ ବାଗ(୩୮) ବୋଲି ପରିଚୟ ମିଳିଛି। ସେ ସିକନ୍ଦରାବାଦରେ କୌଣସି ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଓ ଉକ୍ତ ଟ୍ରେନରେ ସମ୍ବଲପୁର ଫେରୁ ଥିଲେ। ଟ୍ରେନର ନମ୍ବର ୨୦୮୦୯ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍‌ ଆସି ସମ୍ବଲପୁରରେ ପହଞ୍ଚିଲା ପରେ ଉକ୍ତ ଯୁବକଙ୍କ ମୃତଦେହ ଟ୍ରେନର ଟଏଲେଟ୍‌ରୁ ମିଳିଥିଲା ।

Leave A Reply

Your email address will not be published.