ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଖୋଲିବ କି ନବ ଦାସଙ୍କ ହତ୍ୟା ରହସ୍ୟ ?

0

ବ୍ରଜରାଜନଗର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି। ଆଜି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇ ଖୋଳତାଡ କରୁଛି ତଦନ୍ତକାରୀ ଟିମ୍। ମଙ୍ଗଳବାର ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ବୁଧବାର ମିନତିଙ୍କୁ ୩ ଘଣ୍ଟା ପଚରା ଉଚରା କରାଯାଇଥିଲା।

ଆଜି ଏହି ମାମଲାରେ ଝାରସୁଗୁଡା ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ କରୁଛି। ଡାକ୍ତରଙ୍କୁ ପଚରାଉଚରା କରାଯାଉଛି। ପୂର୍ବତନ ସିଡିଏମ୍‌ଓ ଡୋଳାମଣି ପଟେଲଙ୍କ ବୟାନ ରେକର୍ଡ କରାଯାଇଛି। ଗୁଳିମାଡ ପରେ କେଉଁ ପରିସ୍ଥିତି​‌ରେ ନବ ଦାସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ନେଇ ପଚରାଉଚରା କରାଯାଉଛି।
ସେହିପରି ଝାରସୁଗୁଡା ବିମାନ ବନ୍ଦରର କର୍ମଚାରୀଙ୍କୁ ଘଟଣାଦିନ ନବଙ୍କୁ ଭୁବନେଶ୍ବର ପଠାଯିବା ବେଳର ଘଟଣାକ୍ରମ ବିଷୟରେ ପଚାରିବା ଲାଗି ବିମାନବନ୍ଦର ନିର୍ଦେଶକଙ୍କୁ ଚିଠି ପ୍ରଦାନ କରିଛି କ୍ରାଇମ୍‌ବ୍ରାଞ୍ଚ। ସରବାହାଲସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ନବଙ୍କ ପତ୍ନୀ ମିନତିଙ୍କୁ ୯ଟା ୨୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। ପାଖାପାଖି ସାଢ଼େ ୩ ଘଣ୍ଟା ଧରି ମିନତିଙ୍କ ବୟାନ ରେକର୍ଡ କରିଥିଲେ।

Leave A Reply

Your email address will not be published.