ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଜମ୍ମୁରୁ ଫେରିଲେ ୧୧୪ ଓଡ଼ିଆ ଛାତ୍ରଛାତ୍ରୀ

0

ଭୁବନେଶ୍ବର: ଜମ୍ମୁସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଶାର ୧୧୪ଜଣ ଛାତ୍ରୀଛାତ୍ର ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୩୫ଜଣ ଛାତ୍ରୀ ଅଛନ୍ତି। ସରକାରୀ ବ୍ୟବସ୍ଥାରେ ଏକ ସ୍ଵତନ୍ତ୍ର ଟ୍ରେନ୍‌ ଯୋଗେ ସେମାନେ ଜମ୍ମୁରୁ ଦିଲ୍ଲୀ ଓ ପୁଣି ଦିଲ୍ଲୀରୁ ବିଭିନ୍ନ ଟ୍ରେନ୍‌ ଯୋଗେ ଆସି ଓଡ଼ିଶାର ନିଜ ଅଞ୍ଚଳର ଷ୍ଟେଶନରେ ଶନିବାର ଓହ୍ଲାଇଛନ୍ତି। ପ୍ରତ୍ୟେକ ରେଳଷ୍ଟେଶନରୁ ସେମାନଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଦ୍ୱାରା ନିଆଯାଇ ସେମାନଙ୍କ ପରିବାର ନିକଟରେ ପହଞ୍ଚାଇ ଦିଆଯାଇଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ଜମ୍ମୁରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରୁ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନେଇ ସରକାରଙ୍କୁ ଜଣାଇଥିଲେ। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆର୍‌ଟିଓମାନଙ୍କୁ ୮ ତାରିଖ ସନ୍ଧ୍ୟାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ବିହିତ ପଦକ୍ଷେପ ନିଆଯାଇଥିଲା। ଜମ୍ମୁ-କଶ୍ମୀରରୁ ଫେରୁଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ରେ ଆସିଥିବା ଓଡ଼ିଆ ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ବାଲେଶ୍ୱରରେ ୩ଜଣ, ଭଦ୍ରକରେ ୪ଜଣ, ଯାଜପୁର-କେନ୍ଦୁଝର ରୋଡ୍‌ରେ ୫ଜଣ, କଟକରେ ୫ଜଣ, ଭୁବନେଶ୍ୱରରେ ୧୮ଜଣ ଏବଂ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ରେ ଆସି ଝାରସୁଗୁଡ଼ାରେ ୮ଜଣଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଇଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ୍‌ ତେଜସ୍‌ ରାଜଧାନୀ ଏକ୍ସପ୍ରେସ୍‌, ନୀଳାଚଳ ଏକ୍ସପ୍ରେସ, ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଯୋଗେ ଅନ୍ୟମାନେ ଓଡ଼ିଶା ଫେରିଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକରେ ଓହ୍ଲାଇଥିବା ୫ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୪ଜଣ ଛାତ୍ରୀ ଅଛନ୍ତି।

Leave A Reply

Your email address will not be published.