ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପରାଗ ଜୈନ ହେଲେ ନୂଆ ର’ ମୁଖ୍ୟ

0

ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ ପରାଗ ଜୈନଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’ (ଅନୁସନ୍ଧାନ ଓ ବିଶ୍ଳେଷଣ ସଂସ୍ଥା)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ୧୯୮୯ ବ୍ୟାଚ ଆଇପିଏସ ଅଫିସର ପରାଗ ଜୈନ ଆସନ୍ତା ୨ ବର୍ଷ ଲାଗି ଏହି ଗୁରୁତ୍ବପୂର୍ଣ୍ମ ପଦ ସମ୍ଭାଳିବେ। ଗତ ମେ ମାସରେ ଆତଙ୍କବାଦ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ସମୟରେ ପରାଗ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ର’ ମୁଖ୍ୟ ରବି ସିହ୍ନାଙ୍କ ପରେ ସେ ସଂସ୍ଥାର ୨ୟ ବରିଷ୍ଠ ଅଧିକାରୀ। ଆସନ୍ତା ୩୦ ତାରିଖରେ ସିହ୍ନା ଅବସର ଗ୍ରହଣ କରିବା ପରେ ପରାଗ ଦାୟିତ୍ଵ ଗ୍ରହଣ କରିବେ।

ଆଗାମୀ ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ଵରେ ରହିବେ।ପୂର୍ବରୁ ଚଣ୍ଡୀଗଡ଼ରେ ପରାଗ ଏସଏସପି ଭାବେ କାର୍ଯ୍ୟ କରୁଥିଲେ । ଏହାସହ କାନାଡ ଓ ଶ୍ରୀଲଙ୍ଗର କୂଟନୈତିକ ଅଧିକାରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଜାମ୍ମୁ ଓ କାଶ୍ମୀରରେ ଅବସ୍ଥାପିତ ଥିବାବେଳେ ସେ ଆତଙ୍କବାଦ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲେ ।

Leave A Reply

Your email address will not be published.