ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସରଣ୍ଡା ଜଙ୍ଗଲରୁ ୨ ହାର୍ଡକୋର୍ ମାଓବାଦୀ ଗିରଫ

0

ଝାଡ଼ଖଣ୍ଡ: ଦୁଇ ହାର୍ଡକୋର୍ ମାଓବାଦୀ ଗିରଫ। ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ରବିବାର ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ।

ଗତ ମେ ୨୭ ତାରିଖରେ ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ ହୋଇଥିବା ବିସ୍ଫୋରକ ଘଟଣାରେ ଗିରଫ ଏହି ଦୁଇ ଜଣ ସାମିଲ ଥିଲେ। ଝାଡ଼ଖଣ୍ଡ ପଶ୍ଚିମ ସିଂ ଭୂମି ଯରେଇକେଲା ଥାନା ସରଣ୍ଡା ଜଙ୍ଗଲରେ ମାଓବାଦୀ ଲୁଚି ରହିଥିଲେ। ଏନେଇ ଖବର ପାଇ ସିଆରପିଏଫ୍, କୋବ୍ରା ବାହିନୀ ମିଳିତ ଭାବରେ ସରଣ୍ଡା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାବାହିନୀକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଖସିଯାଇଥିବା ବେଳେ ୨ ହାର୍ଡକୋର୍ ମାଓବାଦୀ ଧରାପଡ଼ିଥିଲେ।
ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ। ସନ୍ଦୀପର ଘର ଛତିଶଗଡ଼ ବିଜାପୁରରେ। ସେ ୧୦ ବର୍ଷ ହେଲା ମାଓ ସଂଗଠନରେ ସକ୍ରିୟ ଥିଲା । ସେହିପରି ଶିବୁର ଘର ଝାଡ଼ଖଣ୍ଡ ସଢେଇକଳା କୁଚାଇ ଅଞ୍ଚଳରେ। ସନ୍ଦୀପ ନାଁରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୩୫ଟି ମାଓ ହମଲା ମାମଲା ଥିବା ବେଳେ ଶିବୁ ନାଁରେ ୯ ଟି ମାମଲା ଅଛି। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୧୧ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ମାଗାଜିନ୍, ଦୁଇଟି ୱାକିଟକି, ଡେଟୋନେଟର ସହ ଆଇଇଡି ପ୍ରସୂତ ସାମଗ୍ରୀ ଜବତ ହୋଇଛି। ସରଣ୍ଡା ଜଙ୍ଗଲରେ ଏବେବି କମ୍ବିଂ ଅପରେସନ ଚାଲିଛି।

Leave A Reply

Your email address will not be published.