ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବିଦ୍ୟାଳୟ ପରିସରରେ ନିଆଁରେ ପୋଡି ୪ ଛାତ୍ର ଗୁରୁତର

0

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଘଟଣ। ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲା ବୋଲି କୁହାଯାଉଛି। ଫଳରେ ପିଲାମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇଥିଲା। ପିଲାମାନେ ଜଳିଯାଉଥିଲେ। ଖବର ପାଇଁ ବିଦ୍ୟାଳୟ ଶିକ୍ଷକମାନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ନିମନ୍ତେ ନେଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି। ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି।

Leave A Reply

Your email address will not be published.