ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

କମିବନି ଭକ୍ତ ନିବାସ ପାର୍କିଂ ଫି, ୫୦୦ ଟଙ୍କା ରହିବ:ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0

ପୁରୀ: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି, ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆ ଯାଉଛି। ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ ଆସୁନାହାନ୍ତି। ଯେଉଁମାନେ ଚାରିଚକିଆ ଗାଡ଼ି ଆଣି ଆସୁଛନ୍ତି ସେମାନେ ଦିନକୁ ୫୦୦ଟଙ୍କା ପାର୍କିଂ ଫି ଦେବେ। ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ। ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ। ଭକ୍ତମାନେ ଚାହିଁଲେ ଅନ୍ୟ ପାର୍କିଂ ସ୍ଥଳରେ ଗାଡ଼ି ରଖି ଭକ୍ତ ନିବାସରେ ରହି ପାରିବେ।

ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମ ଥର ପାଇଁ ଏହି ପାର୍କିଂ ଫି ଲାଗୁ ହୋଇଛି। ଶ୍ରଦ୍ଧାଳୁମାନେ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ। ଏହି ୫୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି।

Leave A Reply

Your email address will not be published.