ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ୟୁପିଏସି ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ

0

ନୂଆଦିଲ୍ଲୀ; ପ୍ରକାଶ ପାଇଛି ୟୁପିଏସି ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫଳାଫଳ। ଏହି ପରୀକ୍ଷାରେ ମୋଟ ୯୫୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ଅନୁଜ ଅଗ୍ନିହୋତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଫଳାଫଳ ଅନୁଯାୟୀ ରାଜେଶ୍ୱରୀ ସୁଭେ ଏମ୍‌ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆକାଂଶ ଧୂଲ୍‌ ତୃତୀୟ ସ୍ଥାନ ପାଇଛନ୍ତି। ସେହିପରି ରାଘବ ଝୁନ୍‌ଝୁନ୍‌ୱାଲା ଚତୁର୍ଥ, ଇଶାନ ଭଟ୍ଟନାଗର ପଞ୍ଚମ ଓ ଜିନିଆ ଅରୋରା ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ଏହାସହ ରାଜାହ ମହାଇଦ୍ଦିନ ସପ୍ତମ, ପକ୍ଷାଲ ସେକ୍ରେଟ୍ରି ଅଷ୍ଟମ, ଆସ୍ଥା ଜୈନ ନବମ ଓ ଉଜ୍ୱଳ ପ୍ରିୟଙ୍କା ଦଶମ ସ୍ଥାନ ପାଇଛନ୍ତି। ୟୁପିଏସି ପକ୍ଷରୁ ପ୍ରକାଶିତ ଏହି ଫଳାଫଳ ପରେ ସଫଳ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି। ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା।

Leave A Reply

Your email address will not be published.