ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଲେ ତାଙ୍କୁ ଘରୁ ବାହାରିବାକୁ ଦିଆଯିବ ନାହିଁ ଏବଂ ଗୃହବନ୍ଦୀ କରି ରଖାଯିବ ବୋଲି ଶୁଭେନ୍ଦୁ ଧମକ ଦେଇଥିବା ମମତା ଅଭିଯୋଗ କରିଛନ୍ତି। ନିଜ ଦାବିର ସମର୍ଥନରେ ମମତା ଶୁଭେନ୍ଦୁଙ୍କ ଏକ ଭିଡିଓ ମଧ୍ୟ ଦେଖାଇଛନ୍ତି। ଭିଡିଓରେ ଶୁଭେନ୍ଦୁ ମମତାଙ୍କୁ ଫେସବୁକ୍‌ରେ ସୀମିତ ରହିବାକୁ କହିବା ସହ ତାଙ୍କୁ ରାସ୍ତାକୁ ଆସିବାକୁ ଦିଆଯିବ ନାହିଁ ବୋଲି କହୁଥିବା ମମତା ଦାବି କରିଛନ୍ତି। ଏହାକୁ ନେଇ ରାଜ୍ୟରେ ପୁଣିଥରେ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି।

ମମତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ ଅବସର ନେବାକୁ ଯାଉନାହାନ୍ତି। ବିଜେପିକୁ ରାଜନୈତିକ ଭାବେ ମୁକାବିଲା ନକରିବା ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ସେ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ମାତ୍ର ଚାରି ମାସ ମଧ୍ୟରେ ରାଜ୍ୟବାସୀ ଦଳର ଅସଲ ଚେହେରା ଦେଖିସାରିଲେଣି। ବିଜେପି ଲୋକଙ୍କୁ ପ୍ରତାରିତ କରୁଥିବା ମମତା ଅଭିଯୋଗ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.