ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଏବେ ବି ଖୋଲା ମାୟାବିନୀର ମାୟାଜାଲ

0

ଭୁବନେଶ୍ବର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗୁପ୍ତ ତଥ୍ୟ ଲିକ ମାମଲାରେ ଆରମ୍ଭରୁ ମାୟାବିନୀର ପରିଚୟ ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟର ସମସ୍ତ ତଦନ୍ତକାରୀ ସଂସ୍ଥା ଲାଗିପଡିଥଲା ବେଳେ ଏବେ ଏହି ଘଟଣାର ପାକିସ୍ତାନ ଲିଙ୍କ ମିଳିଛି। ରହସ୍ୟମୟୀ ଯୁବତୀ ଯେଉଁ ଫେସବୁକ ଆକାଉଣ୍ଟକୁ ବ୍ୟବହାର କରୁଥିଲେ ତାହା ପାକିସ୍ତାନରୁ ପରିଚାଳିତ ହେଉଥିବା ଜଣାପଡିଛି। ରହସ୍ୟମୟୀଙ୍କ ୪ଟି ଫେସବୁକ ଆକାଉଣ୍ଟରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ଅପରେଟ ହେଉଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ରହସ୍ୟମୟୀ ଏହି ଫେସବୁକ ଆକାଉଣ୍ଟକୁ ପାକିସ୍ତାନରୁ ପରିଚାଳିତ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ। ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲେ ଏହି ମାୟାବିନୀ। ତେବେ ସବୁଠୁ ବଡ଼ କଥା ହେଉଛି ଏବେ ବି ଖୋଲା ରହିଛି ମାୟାବିନୀର ମାୟାଜାଲ। ୭ଟି ଫେସବୁକ ଆକାଉଣ୍ଟରୁ କିଛି ଆକାଉଣ୍ଟ ଏବେ ବି ସକ୍ରିୟ ଥିବା ଜଣାପଡିଛି। ରହସ୍ୟମୟୀ ଯୁବତୀ ଏହି ଫେସବୁକ ଆକାଉଣ୍ଟରୁ ଚାଟିଂ ଏବେ ବି କରୁଛନ୍ତି।କିଛି ଲୋକଙ୍କ ସହ ରହସ୍ୟମୟୀ ଚାଟିଂ କରୁଥିବା ନଜରକୁ ଆସିଛି। ତେବେ କାହା ସହ ଚାଟିଂ କରୁଛନ୍ତି ସେ ନେଇ ଜଣାପଡିନଥିବା ବେଳେ ଏନେଇ ଯାଞ୍ଚ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ସେହିପରି ଟଙ୍କା କାରବାରର ନେଇ ଖୋଳତାଡ ଜାରି ରହିଛି। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ପୁରା ତଥ୍ୟ ସାମନାକୁ ଆସିବ। ଦରକାର ପଡିଥିଲେ ଅଧିକ ତଥ୍ୟ ପାଇଁ ଗିରଫ ୫ ଦେଶଦ୍ରୋହୀଙ୍କୁ ରିମାଣ୍ଡରେ ଆଣି ଆଉ ଥରେ ପଚରାଉଚରା କରାଯିବ। ଅଧିକ ସହାୟତା ନେବା ପାଇଁ ଇଣ୍ଟରପୋଲ ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ଡିଆରଡିଓ ତଥ୍ୟ ଲିକ ମାମଲାରେ ସେପ୍ଟେମ୍ବର ୧୮ରେ ଆଇଟିଆରର ୪ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏହା ପରେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ଗୋଟିଏ ପରେ ଗୋଟିଏ ସତ୍ୟ ସାମନାକୁ ଆସିଥିଲା। ରହସ୍ୟମୟୀ ଯୁବତୀ ଜଣକ ପ୍ରାୟ ଦେଢ ବର୍ଷ ଧରି ଚାନ୍ଦିପୁର ଡିଆରଡିଓ କର୍ମଚାରୀଙ୍କୁ ନିଜ ଜାଲରେ ଫସାଇ ସବୁ ଗୁପ୍ତ ତଥ୍ୟ ହାସଲ କରୁଥିଲେ। ଏପରିକି ବିବାହର ପ୍ରଲୋଭନ ବି ଦେଇଥିଲେ। ଭିଡିଓ କଲ, ମେସେଞ୍ଜର
ଜରିଆରେ କଲ କରି ହିନ୍ଦୀ ଓ ଇଂଲିଶରେ କଥା ହେଉଥିଲେ। ତେବେ ରହସ୍ୟମୟୀଙ୍କ ଆକାଉଣ୍ଟରୁ କେଉଁମାନଙ୍କୁ କେତେ ଟଙ୍କା ଆସିଛି ଏବଂ କେଉଁ ମାଧ୍ୟମ ଦେଇ ଆସିଛି ସେ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରହିଛି।

Leave A Reply

Your email address will not be published.